ମୋଟର ଚାଳକ ସଂଘ ତରଫରୁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

0
297

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ସ୍ଥିତ ମୋଟର ଚାଳକ ସଙ୍ଘ ପକ୍ଷରୁ ହନୁମାନ ବାଟିକା ଠାରେ ଏକ ଜରୁରୀ କାଳୀନ ବୈଠକ ଭାରତ ନାୟକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି lଏଥିରେ ସଂଘର ନିଷ୍ପତି ଅନୁଯାଇ ସଂଘ ନିମନ୍ତେ ଏକ ଗୃହ ନିର୍ମାଣ ନିମନ୍ତେ ସ୍ଥାନ ଚି଼ହ୍ନଟ କରି ଯୋଗାଇଦେବା ପାଇଁ 2018ରେ ଏକ ଦାବିପତ୍ର ସେତେବେଳର ତହସିଲଦାରଙ୍କୁ ଦିଆଯାଇଥିଲା,ହେଲେ ତାହା ପୂରଣ ହୋଇ ନ ଥିବାରୁ ମୋଟର ଚାଳକମାନେ କ୍ଷୋଭ ପ୍ରକାଶ କରିବା ସହ ଆଜି ପୁନଶ୍ଚ ସ୍ଥାନୀୟ ତହସିଲଦାର ଲକ୍ଷ୍ମୀଧର ସାହୁ ଙ୍କୁ ଭେଟି ନିଜ ଦାବୀ ଲିଖିତ ଭାବେ ପ୍ରଦାନ କରିଥିଲେ ଏବଂ ଏହି ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ କୋଟଗଡ ର ମୋଟର ଚାଳକମାନେ କାର୍ଯ୍ୟବନ୍ଦ ଧାରଣା ପ୍ରଦର୍ଶନ କରିବା ସହ ରାଜରାସ୍ତା କୁ ଓହ୍ଲାଇ ବାକୁ ବାଧ୍ୟ ହେବେ ବୋଲି ସଭାପତି ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here