ପୂର୍ବତନ ବିଜେଡି ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୋଲିସକୁ ମିଳିଲା ସଫଳତା,୫ ଅଭିଯୁକ୍ତ ଗିରଫ

0
568

ଗଞ୍ଜାମ(ଦକ୍ଷିଣ ଓଡ଼ିଶା ମୁଖ୍ୟ) ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ନିର୍ମମ ହତ୍ୟା ଘଟଣାରେ ଗଂଜାମ ପୋଲିସର ସଫଳତା। ଆଜି ଛତ୍ରପୁର ଠାରେ ଦକ୍ଷିଣାଞ୍ଚଳ ଡି ଆଇ ଜି ସତ୍ଯବ୍ରତ ଭୋଇ ଏକ ପ୍ରେସ୍ ମିଟ୍ ଜରିଆରେ ଘଟଣାର ଖୁଲାସା କରିଛନ୍ତି ।ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ତଦନ୍ତ ଚାଲୁ ରହିଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଡି ଆଇ ଜି। ଅପରାଧୀଙ୍କ ଠାରୁ ତିନୋଟି ବନ୍ଧୁକ ସହ ୬୩ଟି ଅଫୁଟା ଗୁଳି,ଏଟିଏମ୍ କାର୍ଡ ସହ ମୋବାଇଲ ଫୋନ ଜବତ କରିଛି ପୋଲିସ ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଅଭିଯୁକ୍ତ ମାନେ ଖଲ୍ଲିିକୋଟ ଓ ସୁମଣ୍ଡଳ ଅଞ୍ଚଳର ବୋଲି ଜଣାପଡିଛି। ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏ ଘଟଣାର ଆହୁରି ଅଧିକ ରହସ୍ୟ ଉନ୍ମୋଚନ ହେବ ବୋଲି କହିଛନ୍ତି ଶ୍ରୀ ଭୋଇ। ଗତ ୨୦ ତାରିଖରେ ବେଗୁନିଆପଡାର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଅଭିଯୁକ୍ତ ସୁମଣ୍ଡଳ ଛକଠାରେ ଚା ପିଉଥିବା ସମୟରେ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ ଅଭିଯୁକ୍ତ । ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ପୋଲିସ ୨ଟି ଟିମ୍ ଗଠନ କରିଥିଲା ।ଏ ଘଟଣାକୁ ନେଇ ଉଭୟ ଶାସକ ଓ ବିରୋଧୀ ଦଳର ନେତା ମାନେ କଡା ନିନ୍ଦା କରିବା ସହ ଦୋଷୀକୁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here