ରତନେଇ ପାହାଡ଼ରୁ ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର

0
259

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ମନ୍ଦାର- କେନ୍ଦୁବାଡି ରାସ୍ତା ନିକଟରେ ଥିବା ରତନେଇ ପାହାଡ଼ରୁ ସୋମବାର ଦିନ ପୋଲସରା ପୋଲିସ ଏକ କଙ୍କାଳ ଜବତ କରିଥିବା ଜଣାପଡିଛି। ମନ୍ଦାର ଗ୍ରାମର କୋକଲି ମଳିକ ଙ୍କ ଏକମାତ୍ର ପୁଅ କାହ୍ନା ମଳିକ(୨୫) ଗତ ଅଗଷ୍ଟ ମାସ ୨୬ ତାରିଖ ମଧ୍ୟାହ୍ନରେ ନିଜ ଘରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ଏନେଇ ଗତ ଅଗଷ୍ଟ ମାସ ୨୬ ତାରିଖରେ ନିଖୋଜ କାହ୍ନାଙ୍କ ପରିବାର ଲୋକେ ପୋଲସରା ଥାନାରେ ଅଭିଯୋଗ କରିଥିଲେ । ପୋଲସରା ପୋଲିସ ଏକ ମିସିଙ୍ଗ କେଶ ପଞ୍ଜିକୃତ କରି ଅନୁସନ୍ଧାନ ଜାରି ରଖିଥିଲେ । ଅନ୍ୟପଟେ ପରିବାର ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ପୁଅ କାହ୍ନାର ସନ୍ଧାନ ମିଳିନଥିଲା।ରବିବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି ଗାଈ ଚରାଉଥିବା ବେଳେ ପାହାଡ ତଳେ ଏକ ମଣିଷ କଙ୍କାଳ ପଡିଥିବା ଦେଖି ଗ୍ରାମରେ କହିଥିଲେ । ଗ୍ରାମରେ ଖବର ବିଜୁଳି ବେଗରେ ପ୍ରଚାରିତ ହେବାପରେ କାହ୍ନାଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଷାକ ଦେଖିବା ପରେ ନିଜ ପୁଅର ଶବ ବୋଲି ଚିହ୍ନଟ କରିଥିଲେ। ସୋମବାର ଦିନ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ,ଏସ.ଆଇ. ସୁମନ ବେହେରା ଓ ସାଇଣ୍ଟଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଘଟଣା ସ୍ଥଳରୁ ଖପୁରୀ ଓ କଙ୍କାଳ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here