ଗଞ୍ଜେଇ ଭର୍ତ୍ତି କାର୍ ଦୁର୍ଘଟଣାଗ୍ରସ୍ତ , ୮୭କେଜି ୧୦୦ଗ୍ରାମ୍ ଗଞ୍ଜେଇ ଜବତ : ଜଣେ ମହିଳା ଗିରଫ

0
326

ବାଲିଗୁଡ଼ା(ସଞ୍ଜୟ କୁମାର ପାଣିଗ୍ରାହୀ) ଭାରସାମ୍ୟ ହରାଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଧୁଙ୍ଗିଆଦିଆ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଗଞ୍ଜେଇ ଭର୍ତ୍ତି ଓ୍ବାଗନର୍ କାର୍ (OR-02AY-7287) । ସୂଚନା ପ୍ରକାରେ ବାଲିଗୁଡ଼ା ଅଞ୍ଚଳରୁ କ.ନୂଆଗାଁ ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଥିଲା କ.ନୂଆଗାଁ ପୋଲିସ୍ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଧୁଙ୍ଗିଆଦିଆ ଘାଟି ନିକଟରେ ଏକ ସ୍ବତନ୍ତ୍ର ଟିମ୍ ଜଗି ରହିଥିଲେ । କାରଟି ଧୁଙ୍ଗିଆଦିଆ ଘାଟି ଉଠୁଥିବା ସମୟରେ ସାମ୍ନାରେ ହଠାତ୍ ପୋଲିସକୁ ଦେଖି ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟି ପଡ଼ିଥିଲା । ପୋଲିସ୍ କାର୍ ନିକଟରେ ପହଁଚିବା ବେଳକୁ ଘଟଣାସ୍ଥଳରୁ ଦୁଇଜଣ ଚାଲାଣକାରୀ ଚମ୍ପଟ ମାରିଥିବା ବେଳେ କାରରେ ବସିଥିବା ଜଣେ ମହିଳାଙ୍କୁ କାବୁ କରିଥିଲା ପୋଲିସ୍ । ଘଟଣାସ୍ଥଳରୁ କାର୍ କୁ ଉଠାଇ ଥାନାକୁ ନେବାସହ କାର୍ ଯାଞ୍ଚ୍ କରିଥିଲା ପୋଲିସ୍ । କାର୍ ଭିତରୁ ୮୭କେଜି ୧୦୦ଗ୍ରମ୍ ଗଞ୍ଜେଇ ଜବତ କରିବାସହ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ମହିଳା ଜଣକ ସାରଙ୍ଗଡ଼ ଥାନା ମଗଡ଼ିଙ୍ଗିଆ ଗ୍ରାମର କସ୍ତୁରୀ ଦିଗାଳ ହୋଇଥିବା ପୋଲିସ୍ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ଏବଂ ଏହି ଗଞ୍ଜେଇ ବାଲିଗୁଡ଼ା ଅଞ୍ଚଳରୁ ବ୍ରହ୍ମପୁର ଚାଲାଣ ହେଉଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here