ଗଞ୍ଜେଇ ବୋଝେଇ କାର ଜବତ, ଜଣେ ଗିରଫ

0
286

କନ୍ଧମାଳ:(ନ୍ୟୁଜ ଏକ୍ସଟ୍ରା): ଗଞ୍ଜେଇ ବୋଝେଇ ଏକ କାର ଜବତ ସହ ଜଣ ଅଭିଯୁକ୍ତକୁ ଗିରଫ କରିଛି ଫୁଲବାଣୀ ଟାଉନ ଥାନା ପୁଲିସ। ଅଭିଯୁକ୍ତ ଜଣକ ଫୁଲବାଣୀ ସହର ପେଞ୍ଜିସାହି ଏଫସିଆଇ ଛକର ଭି.ରମେଶ। ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସି ପ୍ରଶାନ୍ତ କୁମାର ବେହେରା ଓ ପୁଲିସ ଟିମ ଦ୍ୱାରା ଗୌଡପଡା ଜାତୀୟ ରାଜପଥ ୧୫୭ ରାସ୍ତାରେ ଜଗିଥିଲେ। ସାମ୍ନାପଟୁ ଏକ କାର ଆସୁଥିବା ଦେଖି ଅଟକାଇ ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚ ସମୟରେ ଗାଡିରୁ ୫୧.୧ କେଜି ଗଞ୍ଜେଇ ମିଳିଥିଲା । ଏହାର ହାରାହାରି ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ହେବ ବୋଲି ଥାନା ଅଧିକାରୀ କହିଛନ୍ତି। ଏନେଇ ଥାନାରେ ୧୦୩/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here