ପାରିବାରିକ କଳହରୁ ଆତ୍ମହତ୍ୟା କଲେ ବୃଦ୍ଧା

0
255

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ା ଫାଣ୍ଡି ପଛପଟେ ଥିବା ଦିଗି ବନ୍ଧ ହୁଡା ଏକ ଗଛରୁ ଜଣେ ବ୍ଯକ୍ତିଙ୍କର ଝୁଲନ୍ତା ମର ଶରୀରକୁ ଉଧ୍ଯାର କରିଛି ପୋଲିସ। ମୃତ ବ୍ଯକ୍ତି ଜଣକ ହେଲେ ବେଗୁନିଆପଡ଼ା ତନ୍ତୀ ସାହିର ଅଭି ମାଝୀ (50)। ମୃତ ଅଭି ମାଝୀଙ୍କ ସ୍ତ୍ରୀ ଶିଶୁଳା ମାଝୀ ଙ୍କ କହିବା ଅନୁସାରେ ବୁଧବାର ଦିନ 12 ଟା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ତାପରେ ସେ ଘରୁ କୁଆଡେ ଚାଲି ଯାଇଥିଲେ। ପରେ ସ୍ତ୍ରୀ ଚାରିଆଡ଼େ ଖୋଜାଖୋଜି କରୁଥିବା ବେଳେ ଦିଗି ବନ୍ଧ ଠାରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ଯା କରିଥିବା ଖବର ପାଇଥିଲେ। ଘଟଣା ପ୍ରଚାରିତ ହେବା ପରେ ବେଗୁନିଆପଡ଼ା ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଏ.ଏସ.ଆଇ ଶରତ ଚନ୍ଦ୍ର ମହାପାତ୍ର ନିଜେ ଶବ କୁ କାନ୍ଧ ଦେଇଥିଲେ | ପୋଲିସ ର ଏଭଳି ମାନବ ଧର୍ମୀ କାର୍ଯ୍ୟ ପାଇଁ ସବୁଆଡୁ ପ୍ରଶଂସା ର ସୁଅ ଛୁଟିଛି | ପରେ ଶବ କୁ ଫାଣ୍ଡି କୁ ଆଣିବା ସହିତ ବ୍ଯବଛେଦ ପାଇଁ ପଠାଯିବ ବୋଲି କହିଛନ୍ତି ପୋଲିସ ଏ.ଏସ୍.ଆଇ ଶରତ ଚନ୍ଦ୍ର ମହାପାତ୍ର।

LEAVE A REPLY

Please enter your comment!
Please enter your name here