କୋଡ଼ିଙ୍ଗା ଠାରେ ୩୨ ତମ ସଡକ ସୁରକ୍ଷା କାର୍ଯ୍ୟକ୍ରମ

0
391

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଠାରେ ଆଜି ସ୍ଥାନୀୟ ପୁଲିସ ପକ୍ଷରୁ ଜାତୀୟ ସଡକ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଡିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର ଙ୍କ ନେତୃତ୍ୱ ରେ ଏକ ରେଲି କୋଡ଼ିଙ୍ଗା ଥାନା ଠାରୁ ବାହାରି କୋଡ଼ିଙ୍ଗା ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ । ହେଲମେଟ , ମାସ୍କ ପରିଧାନ କରିଥିବା ଚାଳକଙ୍କୁ ଫୁଲ ଦେଇ ସମ୍ୱର୍ଦ୍ଧନା କରିବା ସହ ନିୟମିତ ହେଲମେଟ ପରିଧାନ କରିବାକୁ ନିବେଦନ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ୪ ଚକିଆ ଓ ବଡ଼ ଗାଡି ଚାଳକ ସିଟ ବେଲ୍ଟ ପରିଧାନ କରିବାକୁ ଚାଳକ ମାନଙ୍କୁ ବୁଝାଇଥିଲେ । ଏହି ସଡକ ସୁରକ୍ଷା ଅଭିଯାନ ଆସନ୍ତା ଫେବୃଆରୀ ୧୭ ତାରିଖ ଯାଏଁ ଚାଲିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here