ଆରିୟାନ ନାୟକ ଆର୍ଟିକଲ ରାଇଟିଙ୍ଗରେ ପ୍ରଥମ ସ୍ଥାନ

0
408

ପୋଲସରା : ବ୍ରହ୍ମପୁର ସିତଳପଲ୍ଲୀ ଠାରେ ଜୁନ ୦୧ ତାରିଖ ଠାରୁ ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ୩(ଓ) ମେଡ଼ିକାଲ କମ୍ପାନୀର ୨୦୨୨ ବାର୍ଷିକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ହାତୀଓଟ ନୋଡାଲ ହାଇ ସ୍କୁଲର ଛାତ୍ର ଆରିୟାନ ନାୟକ ଆର୍ଟିକଲ ରାଇଟିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରି ମେଡଲ ପାଇଥିବା ଜଣାପଡିଛି। ଏନସିସି ୩(ଓ) ମେଡ଼ିକାଲ କମ୍ପାନୀର ଉଦଯାପନି ଉତ୍ସବରେ କମାଣ୍ଡିଙ୍ଗ ଅଫିସର ମେଜର ଡାକ୍ତର ସୌରଭ ତିୱାରୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର, ଓ ସମ୍ମାନୀତ ଅତିଥିଭାବେ ପାରଳା ମହାରାଜା ଇଞ୍ଜିନିୟରିଙ୍ଗ କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇଥିଲେ। ସେହି ଉତ୍ସବରେ ଶିବିରାର୍ଥୀ ତଥା ହାତୀଓଟ ନୋଡାଲ ହାଇ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ଆରିୟାନ ନାୟକଙ୍କୁ ଆର୍ଟିକଲ ରାଇଟିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗୁଁ ମେଡଲ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଡେପୁଟି କମାଣ୍ଡେଣ୍ଟ ମେଘନାଦ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମସ୍ତ ଏନସିସି ଅଫିସର ସହଯୋଗ କରିଥିଲେ। ଆରିୟାନ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଯୋଗୁଁ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶ ଏନସିସି ଅଫିସର ନିରାନନ୍ଦ ସାହୁ ଓ ଛାତ୍ର ଆରିୟାନ ନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here