ବାଲି ଟ୍ରାକ୍ଟର ଜବତ ଜୋରିମାନା ଆଦାୟ

0
359

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ହିଞ୍ଜିଳି ତହସିଲ ଅଧିନରେ ଥିବା ବିଭିନ୍ନ ନଦୀ ପଠାରୁ ଦୈନିକ ବେଧଡକ ବାଲି ଚାଲାଣ ହେଉଥିବା ଜଣାପଡିଛି। କେତେ ବେଳେ ମାଫିଆ ସକ୍ରିୟ ହେଉଥିବା ବେଳେ ଆଉ କେତେ ବେଳେ ତହସିଲ କର୍ମଚାରୀ ମାନେ ସକ୍ରିୟ ହେଉଥିବା ଦେଖିବାକୁ ମିଳୁଛି। ଆଜି କୌଣସି ସୂତ୍ରରୁ ଖବର ପାଇ ଅତିରିକ୍ତ ତହସିଲଦାର ଓ କିଛି ରାଜସ୍ବ ନୀରିକ୍ଷକଙ୍କ ଦ୍ଵାରା ୨ଟି ବାଲି ଗାଡ଼ିକୁ ଜବତ କରାଯାଇଛି। ଉଭୟ ଗାଡିକୁ ୧୨୨୧୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here