ବ୍ରହ୍ମପୁର ଟ୍ରାଫିକ ପୋଲିସ ପକ୍ଷରୁ ୩୨ ତମ ସଡ଼କ ସୁରକ୍ଷା ସପ୍ତାହର ଶୁଭାରମ୍ଭ

0
278

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ବ୍ରହ୍ମପୁର ଟ୍ରାଫିକ ପୋଲିସ ପକ୍ଷରୁ ଆଜି ୩୨ ତମ ସଡ଼କ ସୁରକ୍ଷା ସପ୍ତାହର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଆଜି ଅର୍ଥାତ ଜାନୁଆରୀ ୧୮ ତାରିଖ ଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ୩୨ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବ। ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ ବ୍ୟବହାର କରିବା, ଦୁଇ ଚକିଆ ଯାନରେ ଦୁଇ ଜଣରୁ ଅଧିକା ଯାତ୍ରା ନ କରିବା,ମଦ୍ୟପାନ ଓ ମାଦକ ଦ୍ରବ୍ୟସେବନ କରି ଗାଡ଼ି ନ ଚଳାଇବା,ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା, ସର୍ବସାଧାରଣ ରାସ୍ତାରେ ବିପଦ ପୂର୍ଣ୍ଣ ଭାବେ ଗାଡି ନ ଚଳାଇବା,ଦ୍ରବ୍ୟ ପରିବହନ ଗାଡ଼ିରେ ପାସେଞ୍ଜର ନ ନେବା,ଚାରି ଚକିଆ ଯାନ ବା ବଡ଼ ଗାଡ଼ିରେ ଯାତ୍ରା କରିବା ସମୟରେ ସିଟ ବେଲ୍ଟ ବ୍ୟବହାର କରିବା ଏହି ସବୁ ନିୟମ ମାନି ଗାଡି ଚଳାଇବାକୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟ୍ରାଫିକ ଡିଏସପି ବିମଳାକାନ୍ତ ନାୟକ,ଆରଟିଓ ବିକାଶ ଚୌଧୁରୀ ଏବଂ ଟ୍ରାଫିକ ଇନ୍ସପେକ୍ଟର ସୁନୀଲ କୁମାର ବେହେରା ସମେତ ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀ,ପୋଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here