ପୋଲସରା ଏନ୍.ଏ.ସି ରେ ଜଳ ସ୍ବଛତା ଦିବସ

0
267

ପୋଲସରା(ଅନିଲ କୁମାର ମହାରଣା) ସ୍ବଛ ସର୍ବେକ୍ଷଣ କୁ ନେଇ ପୋଲସରା ଏନ୍.ଏ.ସି ପକ୍ଷରୁ ସୋମବାର ଦିନ ଜଳ ସ୍ବଛତା ଦିବସ ପାଳନ କରି ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୋଲସରା ଏନ୍.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଙ୍କ ତତ୍ବାବଧାନରେ ସମସ୍ତ ସ୍ବଛସାଥି ଓ ଅଙ୍ଗନବାଡ଼ି କର୍ମୀ ଏକ ମିଳିତ ଶୋଭାଯାତ୍ରା ରେ ବାହାରିଥିଲେ । ଏହି ସଚେତନତା ଶୋଭାଯାତ୍ରା ଏନ୍.ଏ.ସି କାର୍ଯ୍ୟାଳୟରୁ ବାହାରି ମୁଖ୍ୟ ସଡ଼କ ଦେଇ ବିଭିନ୍ନ ସାହି ପରିକ୍ରମା କରିଥିଲା । ପ୍ରତ୍ୟେକ ସାହିରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇଥିବା ବେଳେ ପାନୀୟ ଜଳର ସଠିକ୍ ଉପୋଯୋଗ କରିବା ସହ ପାନୀୟ ଜଳର ସଂରକ୍ଷଣ କୁ ନେଇ ସଚେତନତା କରାଯାଇଥିଲା। ନିଜ ଘର ଓ ଦୋକାନର ୫ ମିଟର କ୍ଷେତ୍ର ପରିସରକୁ ସଫାସୁତୁରା ରଖିବା, ଘରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଏନ୍.ଏ.ସି ପକ୍ଷରୁ ଦିଆଯାଇଥିବା ଦୁଇଟି ଡ଼ଷ୍ଟବିନ୍ ରେ ରଖିବା, ପାନୀୟ ଜଳର ଅପବ୍ୟବହାର ନକରିବା ଭଳି ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଗଠିକା ଗାୟତ୍ରୀ ସାମଲ , ଟେକ୍ସ କଲେକ୍ଟର ସୁଦାମ ସାହୁ , ଭଗବାନ ପ୍ରଧାନ , ତେଜଶ୍ବିନୀ ନାୟକ , ଅଙ୍ଗନବାଡ଼ି ସଭାପତି କାନନବାଳା ତ୍ରିପାଠୀ, ସ୍ବଛସାଥି ରୁନୁ ସାହୁ , ରିତାଞ୍ଜଳି ସାହୁ , ନମିତା ଦାସ ରଶ୍ମିତା ରାଉତ , କ୍ରିର୍ଷ୍ଣା ପ୍ରଧାନ, ପ୍ରମିଳା ପତି ପ୍ରମୁଖଙ୍କ ସମେତ ବହୁ ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here