ଉଦଘାଟିତ ହେଲା ମୁଭ୍ ଦି ୱାର୍ଲଡ଼୍ ର ନୂତନ କାଯ୍ୟାଳୟ ; ତୁ ମୋ କମ୍ ଯୋରି ସଙ୍ଗୀତର ତାଳେ ତାଳେ ଝୁମିଲେ ଦର୍ଶକ

0
1134

ଭଞ୍ଜନଗର(ନିଲ ବିଷୋୟୀ) ଭଞ୍ଜନଗର ସହରର ବାଇପାସ ରୋଡ଼ ନିକଟରେ ଥିବା ଗୋକାର୍ଡ ମଲ୍ ପରିସରରେ ମୁଭ୍ ଦି ୱାର୍ଲଡ଼୍ ର ନୂତନ କାଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାଯ୍ୟାଳୟ ଉଦ୍ଘାଟନ କରିଥିଲେ। ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ରୋଟାରୀ କ୍ଲବ ସମ୍ପାଦକ ରଞ୍ଜିତ ବାରିକ,ଡ. ଗୋପାଳ ନାୟକ, ନିର୍ଦେଶୀକା ବିଦେଶିନୀ ଗୌଡ଼ ପ୍ରମୁଖ ସଂମାନିତ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ସଫଳ ଉନ୍ନତି କାମନା କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ତୁ ମୋ କମ୍ ଯୋରି ସିନେମା ସଙ୍ଗୀତର ତାଳେତାଳେ ସିନେମା ର କଳାକାର ଓ ଦର୍ଶକ ଝୁମିଥିଲେ । କୋରନା କଟକଣା ଲାଗୁ ଯୋଗୁଁ ଦୀର୍ଘ ୯ ମାସରୁ ଉର୍ଦ୍ଧ୍ବ ଦିନ ହେବ ଭଞ୍ଜନଗରରେ ବଡଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇନଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ହଜାର ହଜାର ଲୋକେ ଉପଭୋଗ କରିଥିଲେ। ଏହି ଅବସରରେ ସ୍ୱତନ୍ତ୍ର ଅତିଥି ଭାବେ ଡ. ଜଗଦୀଶ,ଭଗବାନ ନାୟକ,ପତିତପାବନ ପ୍ରଧାନ,ଆୟେଶା ଗୌଡ଼, କୋରିୟଗ୍ରାଫର ମନୀଷା ପାତ୍ର, ସନ୍ଦୀପ କୁମାର, ଶିବ ପ୍ରମୁଖ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ତୁ ମୋ କମ୍ ଯୋରି ସିନେମାର ପ୍ରଯୋଜକ ଆଶୁତୋଷ ତ୍ରିପାଠୀ, ଟିକି ପଟ୍ଟନାୟକ, ହିରୋ ରାକେଶ ଦେଓ , ହିରୋଇନ ଅନୁଭା ସୌର୍ଯ୍ୟ,ଦ୍ୱିତୀୟ ହିରୋ ଆଶିଷ କୁମାର, ଖଳନାୟକ ଦେବ ,ହାସ୍ୟ ଅଭିନେତା ସୃତି ( ନଟିଆ) ଓ ଶୁଭମ ଅତିଥି ଭାବେ ଯୋଗ ଦେଇଥିଲେ। ଶୂଳପାଣି ଶତପଥୀ କାଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅଭିନେତା ତଥା ପରିଚାଳନା ନିର୍ଦେଶକ ( ଏମଡି) ଆଶିଷ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ମଂଚକୁ ଶିବାନୀ ପରିଚାଳନା କରିଥିଲେ

LEAVE A REPLY

Please enter your comment!
Please enter your name here