ବିବାହିତ ମହିଳା ଙ୍କ ମୃତ ଦେହ ଉଦ୍ଧାର

0
455

ସୋରଡା(ନିଲୁ ବିଶୋଇ) ଗଂଜାମ ଜିଲ୍ଲା ସୋରଡ଼ା ଥାନା ଜାତରମା ଗ୍ରାମ ନିକଟ ପୋଖରୀରୁ ମହିଳାଙ୍କ ମୃତ ଦେହ ଉଦ୍ଧାର।ମୃତ୍ୟୁର କାରଣ ଅସ୍ପଷ୍ଟ।ମୃତ ମହିଳା ଜଣକ ହେଲେ ଗୋଛା ଗ୍ରାମର ଲକୀ ସାହୁ।ସେ ପଦ୍ମନାଭ ସାହୁ ଙ୍କ ପୁଅ ମନୋଜ କୁ ଦୁଇ ବର୍ଷ ତଳେ ବିବାହ କରିଥିଲେ।ଗତ ତେର ତାରିଖ ବିଳମ୍ବିତ ରାତିରେ କୌଣସି କାରଣରୁ ଘରୁ କୁଆଡେ ଚାଲିଯାଇଥିଲେ।ଆଜି ତାଙ୍କ ମୃତ ଦେହ ନିକଟସ୍ଥ ଗାଁ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ପାଣିରୁ ଉଦ୍ଧାର କରିଛି।ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଂଚି ଶବ କୁ ଜବତ କରି ତଦନ୍ତ ଆରମ୍ଭ କରିଛି।ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ଶବ ବେବଛେଦ ରିପୋର୍ଟ ଆସିବା ପରେ ହତ୍ୟା କି ଆତ୍ମହତ୍ୟା ତାହା ଜଣା ପଡିବ।

LEAVE A REPLY

Please enter your comment!
Please enter your name here