ସରକାରଙ୍କ ଉଜ୍ଜଳା ଯୋଜନା ମାରିଛି ଫେଲ

0
383

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା ର ସବୁଠାରୁ ବଡ ବ୍ଲକ କୋଷାଗୁମୁଡ଼ା ଠାରେ ସରକାରଙ୍କ ଉଜ୍ଜଳା ଯୋଜନା ଫେଲ ମାରିଛି ।ଏହି ଉଜ୍ଜଳା ଯୋଜନାରେ ଖାତାରେ ନାମ ଥିବା ଲୋକଙ୍କ ପାଖରେ ଗ୍ୟାସ ର ଗନ୍ଧ ବି ନାହିଁ ।ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଯୋଜନାର ହକ ।ତେଣୁ ଲୋକମାନେ ଜାଳେଣି ପାଇଁ ଜଙ୍ଗଲ କୁ ହିଁ ଭରଷା । କୋଷାଗୁମୁଡ଼ା ର ଆଟିଗାଁ ଗ୍ରାମପଞ୍ଚାୟତର ଗୋଟିବେଡା ଠାରେ ଦେଖିବାକୁ ମିଳିଛି ଏକ ବଡ ଜ୍ୱଳନ୍ତ ଚିତ୍ର ।ସୂଚନାଯୋଗ୍ୟ ଯେ କୋଷାଗୁମୁଡ଼ା ବ୍ଲକ ର ୨୬ଟି ପଞ୍ଚାୟତରେ ପ୍ରାୟ ୫୦ ରୁ ୫୫ ହଜାର ପରିବାର ବସବାସ କରୁଛନ୍ତି। ବ୍ଲକର ସଦର ମହକୁମାରେ ଏକମାତ୍ର ଇଣ୍ଡେନ ଗ୍ୟାସ ବିତରଣ କେନ୍ଦ୍ର ରହିଛି ।
ସଚେତନତାର ଅଭାବ ଓ ଗ୍ୟାସର ଦରବୃଦ୍ଧି ଯୋଗୁଁ ଏବେବି ଅନେକ ହିତାଧିକାରୀ ଥରେ ଗ୍ୟାସ ନେଲେ ଆଉଥରେ ଫିଲିଙ୍ଗ କରିବାକୁ ମନ ବଳାଉନାହାନ୍ତି।ଅନେକ ଲୋକ ଆକାଶିଆ ଗଛ ଏବଂ ଆଖୁ ନଡ଼ାକୁ ବି ଜାଳେଣୀ ରୂପେ ବ୍ୟବହାର କରୁଥିବାର ସାମ୍ନାକୁ ଆସୁଛି ।ଏହି ଉଜ୍ଜଳା ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ୨୬ଟି ପଞ୍ଚାୟତରେ ୫୨ଜଣ ସହାୟିକା ନିଯୁକ୍ତ ହୋଇଥିଲେ କିନ୍ତୁ ସେମାନେ ଠିକଭାବେ କାମ କରୁନଥିବା ଜଣା ପଡୁଛି । ଅନେକ ପରିବାର ନୂତନ ଗ୍ୟାସ ସଂଯୋଗ ନିମନ୍ତେ ବାରମ୍ବାର କାଗଜପତ୍ର ଦେଇ କି ନିରାଶ ହେଉଥିବା କହୁଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ କରୋନା ଲକଡାଉନ କୁ ଆଖି ଆଗରେ ରଖି ହିତାଧିକାରୀଙ୍କୁ ୩ଟି ଗ୍ୟାସ ମାଗଣା ଯୋଗାଣ ହୋଇଛି ।ଏହାପରେ ଆଉ ଗ୍ୟାସ ଉପଯୋଗୀ ହୋଇନଥିବା ଜଣାପଡିଛି । ଏପରି ସମସ୍ୟାର ସମାଧାନ ପାଇଁ ବିଧିବଦ୍ଧ ତଦନ୍ତ ସହ ଉଚିତ ପଦକ୍ଷେପ ନେବାକୁ ବିଭିନ୍ନ ବୁଦ୍ଧିଜୀବୀ ଦାବି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here