ଓଭରଟେକ କରିବା ସମୟରେ ମାଲ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

0
511

ଭଞ୍ଜନଗର(ନିଲୁ ବିଷୋୟୀ ) ଭଞ୍ଜନଗର ଥାନା ଅଧିନ ତୁଳସୀପଲ୍ଲୀ ଗ୍ରାମ ମୁଖ୍ୟ ସଡକ ଉପରେ ଏକ ମାଲ ବୋଝେଇ ଟ୍ରକ ଦୁର୍ଘଟଣା ଘଟି ଚାଳକ ବିଚିତ୍ର ନନ୍ଦ ବେହେରା(୪୩) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ 108 ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ଟ୍ରକଟି ସମ୍ବଲପୁରରୁ ଦାନା ଲୋଡ଼ କରି ଆସୁଥିବା ବେଳେ ତୁଳସୀପଲ୍ଲୀ ନିକଟରେ ଏକ ବସକୁ ଓଭରଟେକ କରି ଯିବାକୁ ଚେଷ୍ଟା କରୁଥିବା ବେଳେ ଭାରସାମ୍ୟ ହରାଇ ଚାଳକ ଜଣଙ୍କ ଅନ୍ୟ ଏକ ମାଲ ବୋଝେଇ ଟ୍ରକର ପଛକୁ ପିଟି ଦେଇ ରାସ୍ତା କଡରେ ଥିବା ଏକ ଗାର୍ଡ ୱ।ଲ ରେ ପିଟି ହୋଇଯାଇଥିଲା। ଫଳରେ ଚାଳକ ଜଣଙ୍କ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ ହାତରେ ଗଭୀର ଆଘାତ ଲାଗିଛି

LEAVE A REPLY

Please enter your comment!
Please enter your name here