ସିଂ ୱ।ଇ ଏ ଭଲିବଲ୍ ଟୁର୍ନାମେଣ୍ଟ ଉଦଘାଟନ କଲେ ଡାବୁଗାଁ ବିଧାୟକ

0
468

ଡାବୁଗାଁ(ଗଗନ ଗନ୍ତାୟତ)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜଟାବାଲ ଗ୍ରାମପଞ୍ଚାୟତ ସଦର ମହକୁମାଠାରେ ଯୁବକ ମାନଙ୍କ ପ୍ରଚେଷ୍ଟ।ରେ ସି ୱାଇ ଏ ଭଲିବଲ ଟୁର୍ନାମେଣ୍ଟ ଉଦ୍ଘାଟନ କଲେ ଡାବୁଗାଁ ବିଧାୟକ ମନୋହର ରନ୍ଧରୀ ।ଆଜି ସି ୱାଇ ଏ ଭଲିବଲ ଟୁର୍ନାମେଣ୍ଟ ର କ୍ରୀଡାପ୍ରେମୀ ମାନଙ୍କ ସହ ହାତ ମିଳାଇ ଯୁବକ ମାନଙ୍କୁ ଖେଳ ରେ ଯେପରି ଜିଲ୍ଲା ଓ ରାଜ୍ୟ ସ୍ତରରେ ଖେଳ ଖେଳି ନାମ ରଖିବ,ସେପରି ଚେଷ୍ଟା ଜାରି ରଖିବା ପାଇଁ ପରାମର୍ଶ ଦେଇ ଥିଲେ।ତାଙ୍କ୍ ସହ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ୍ଯ ମୋତିରାମ ନାୟକ,ବରିଷ୍ଠ ବିଜେଡି ନେତା ଅବଦୁଲ ତାଜୁଉଦିନ୍,ଜଟାବାଲ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହିଥିଲେ।ଉକ୍ତ ଟୁର୍ନାମେଣ୍ଟ ଆଜି ଠାରୁ ତିନି ଦିନ ଚାଲୁ ରହି ତା ୧୪/୧ ଦିନ ଫାଇନାଲ ଖେଳ ହୋଇ ଉଦ୍ଜାପିତ ହେଵ ଵୋଲି ଟୁର୍ନାମେଣ୍ଟ କର୍ମ କର୍ତ୍ତା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here