ଜାତୀୟ ଯୁବ ଦିବସ ରେ ବିଜେପି ଯୁବ ମୋର୍ଚ୍ଚା ର ଗଣଦୌଡ଼ ଓ ସାମ୍ବାଦିକ ସମ୍ମିଳନୀ

0
284

ଖଲ୍ଲିକୋଟ (ପ୍ରଦୀପ୍ତ କୁମାର ସାହୁ) ଦ୍ୱିତୀୟ ପୁରୀ କୁହାଯାଉଥିବା ଖଲ୍ଲିକୋଟ ର ବୃହତ୍ତମ ତଥା ପ୍ରାୟ ୩ ଶହ ବର୍ଷ ପୁରାତନ ଶ୍ରୀ ଜଗନ୍ନାଥ ମନ୍ଦିର ରେ ବର୍ଷା ହେଲେ ସିଂହ ଦ୍ୱାର ଠାରୁ ସିଂହାସନ ପର୍ଯ୍ୟନ୍ତ ପାଣି ଗଲୁଛି ।ମନ୍ଦିର ଉପରେ ବଡ଼ ବଡ଼ ଗଛ ହୋଇ ଗଲାଣି ।ଦୀର୍ଘ ବର୍ଷ ହେଲା ରଙ୍ଗ ଦିଆଯାଇ ନ ଥିବାରୁ ମନ୍ଦିର ଶ୍ରୀ ହୀନ ଦେଖାଯାଉଛି ।ଜରାଜୀର୍ଣ୍ଣ ଅବସ୍ଥା କୁ ଚାଲିଆସିଥିବା ଏତେବଡ ଜଗନ୍ନାଥ ମନ୍ଦିର କେତେବେଳେ ଭୁଶୁଡି ପଡିବ କହିହେଉ ନାହିଁ ।ମନରେଗା ରେ ଦୁର୍ନୀତି ।କରନା ରେ ପ୍ରାୟ ୪୦ ହଜାର ପ୍ରବାସୀ ଖଲ୍ଲିକୋଟ ବ୍ଲକ କୁ ଫେରି ଆସିଥିଲେ ।ରାଜ୍ୟ ସରକାର ସେମାନଙ୍କୁ କାମଧନ୍ଦା ଯୋଗାଇ ନ ଦେବାରୁ ୨୨ ହଜାର ରୁ ଅଧିକ ପ୍ରବାସୀ ଓଡ଼ିଆ ଫେରି ଗଲେଣି ।କାମ୍ପା ଘୋଟାଲା, ଚାରା ଦୁର୍ନୀତି ଭଳି ବିଭିନ୍ନ ଦୁର୍ନୀତି ଉପରେ କହି ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ ବିଜେପି ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା ଉପସଭାପତି ଠାକୁର ରଞ୍ଜିତ ଦାସ ।ଆଜି ସ୍ୱାମୀ ବିବେକାନନ୍ଦ ଙ୍କ ୧୫୮ ତମ ଜୟନ୍ତୀ ଉପଲକ୍ଷେ ଖଲ୍ଲିକୋଟ ରେ ଏକ ଗଣଦୌଡ଼ ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା ।ଏହି ଅବସରରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଗଣଦୌଡ଼ ନିର୍ମଳଝର ଠାରୁ ବାହାରି ଖଲ୍ଲିକୋଟ ବସଷ୍ଟାଣ୍ଡ ଠାରେ ପହଞ୍ଚି ଥିଲା ।ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ବିଜେପି ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା ଉପସଭାପତି ଠାକୁର ରଞ୍ଜିତ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଭିନେତ୍ରୀ ତଥା ବିଜେପି ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ଗୋକୁଳାନନ୍ଦ ମଳିକ, ଜୟନ୍ତୀ ପଢ଼ିଆରୀ, ଅନିଲ ପଣ୍ଡା, ଭାରତୀ ବେହେରା, ଅରୁଣ କୁମାର ପଣ୍ଡା, ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ଯୁବ ସମାଜ କୁ ସ୍ୱାମୀ ବିବେକାନନ୍ଦ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା କୁ ନିଜ ନିଜରବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ଯୁବ ଗୋଷ୍ଠୀ ଙ୍କୁ ପରାମର୍ଶ ଦେଇଥିଲେ ।ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ପାରଦର୍ଶିତା ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀ ଓ ଯୁବକ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here