ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ ପକ୍ଷରୁ ଜାତୀୟ ଯୁବକ ଦିବସ ପାଳିତ

0
278

ଗୋପାଳପୁର() ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ, ବ୍ରହ୍ମପୁର ତରଫରୁ ଆଜି ଗୋପାଳପୁର ବେଳାଭୂମିରେ “ଜାତୀୟ ଯୁବକ ଦିବସ” ଏବଂ “ବିବେକାନନ୍ଦ ଜୟନ୍ତୀ” ଉପଲକ୍ଷରେ “ପ୍ରଥମେଯୁବକ” ଅଥବା “ୟୁଥଫାଷ୍ଟ” ନାମକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି I ଏହି କାର୍ଯ୍ୟକ୍ରମରେ ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ ତରଫରୁ ଗୋପାଳପୁର ବେଳାଭୂମିରେ ବିବେକାନନ୍ଦଙ୍କ “ବାଲୁକା ଚିତ୍ର” ଅଥବା “ସେଣ୍ଡ ଆର୍ଟ” କରାଯାଇଥିଲା I ସେହି ସେଣ୍ଡ ଆର୍ଟ ଜରିଆରେ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦେଶଗଠନ ରେ ଯୁବକଙ୍କ ଭୂମିକା ମହତ୍ଵପୁର୍ଣ ବୋଲି ଦର୍ଶାଯାଇଥିଲା I

କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା ଗଂଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗଙ୍କ ସଭାପତିତ୍ୱରେ I ଗଂଜାମ ଜିଲ୍ଲାପାଳ ବିବେକାନନ୍ଦଙ୍କ ମୁର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଏବଂ ଦୀପ ପ୍ରଜ୍ୱଳନ କରି କାର୍ଯକ୍ରମ ଆରମ୍ଭ କରିଥିଲେ I ସମସ୍ତ ଯୁବକକୁ ଆହ୍ୱାନ ଦେଇଥିଲେ ଏବଂ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଯୁବକର କୌଣସି ବୟସ ସୀମା ନଥାଏ, ଯୁବକ ହେଉଛି ଏକ ମାନସିକତା I ସେ ସମସ୍ତ ଗଂଜାମକୁ ସରସ, ସୁନ୍ଦର, ସ୍ଵଛ ଓ ସମୃଦ୍ଧ କରିବାପାଇଁ ସମସ୍ତ ଯୁବକକୁ ଆହ୍ୱାନ ଦେଇଛନ୍ତି I ସ୍ୱଚ୍ଛ ଗୋପାଳପୁରର ଡାକରା ଦେବା ସଂଗେ ସଂଗେ ସେ ଗୋପାଳପୁର ବେଳାଭୂମି କୁ ସ୍ୱଚ୍ଛ ରଖିବା ପାଇଁ ଗୋପାଳପୁର ଅଧିବାସୀଙ୍କ ସାଥେ ପର୍ଯ୍ୟଟକଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି I

କାର୍ଯ୍ୟକ୍ରମ ଆରମ୍ଭ କରି ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ ଛାତ୍ର ଛାତ୍ରୀ, ଗୋପାଳପୁର ଏନ. ଏ. ସି. କର୍ମଚାରୀ ଏବଂ ଅନ୍ୟାନ୍ୟ ଅତିଥିଙ୍କ ସହ ଗୋପାଳପୁର ବେଳାଭୂମି ସଫା କରିଥିଲେ I ପୂର୍ବରୁ ଜିଲ୍ଲାପାଳଙ୍କ ନିର୍ଦେଶରେ ଗ୍ଲୋବସ, ଡଷ୍ଟବିନର ଆୟୋଜନ ହୋଇଥିଲା I ଗଂଜାମ ଜିଲ୍ଲାପାଳଙ୍କ ନେତୃତ୍ୱରେ ୨ ଘଣ୍ଟା ଧରି ବେଳାଭୂମି ସଫା କରାଯାଇଥିଲା I ସଫେଇ କାର୍ଯକ୍ରମ ସରିଲାପରେ ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ ଛାତ୍ର ଛାତ୍ରୀଙ୍କ ଦ୍ୱାରା ତିଆରି ହୋଇଥିବା ଫୋଟଚିତ୍ର ସବୁ ଦେଖି, ସେ ଛାତ୍ରଛାତ୍ରୀଙ୍କ କଳାକୃତିର ପ୍ରସଂଶା କରିଥିଲେ I ତତ୍ସଂଗେ ସଂଗେ ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସର ପରିଚାଳନା କମିଟିଙ୍କୁ କଲ୍ଚରାଲ, ଆର୍ଟ, ଆନିମେସନକୁ ଗଂଜାମ ତଥା ଓଡିଶାର ପ୍ରତି କୋଣରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ.

ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ ତରଫରୁ ଆରମ୍ଭ ହୋଇଥିବା ଏହି “ପବ୍ଲିକ ଆର୍ଟ” କାର୍ଯ୍ୟକ୍ରମରେ ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ ଛାତ୍ର ଛାତ୍ରୀଙ୍କ ସହ ସାଧାରଣ ଜନତା ମଧ୍ୟ ଅଂଶଗ୍ରହଣ କରିଥିଲେ, ସମସ୍ତଙ୍କ ସହଯୋଗରେ ଏହି କାର୍ଯକ୍ରମ ସଫଳ ରୂପେ ଉଜ୍ଜାପିତ ହୋଇଥିଲା.

ଏହି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାପାଳଙ୍କ ସାଙ୍ଗରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସବକଲେକ୍ଟର ଶ୍ରୀ କୀର୍ତ୍ତିବାସନ, ଗୋପାଳପୁର ଏନ. ଏ. ସି. ଇ. ଓ. ଶ୍ରୀ ଉମାଶଙ୍କର ସେଠୀ, ପୂର୍ବତନ ବି.ଡ଼ି.ଏ. ଅଧ୍ୟକ୍ଷ ଶ୍ରୀ ସୁଭାଷ ଚନ୍ଦ୍ର ମହାରଣା, ପୂର୍ବତନ ବ୍ରହ୍ମପୁର ଏମ.ଏଲ.ଏ. ଶ୍ରୀ ରମେଶ ଚନ୍ଦ୍ର ଚାଉ ପଟନାୟକ, ରୋଲାଣ୍ଡ କଲେଜ ଗ୍ରୁପ ର ସେକ୍ରେଟାରୀ ଶ୍ରୀ ପ୍ରଶାନ୍ତ ପତ୍ର, କଙ୍କୋରଡା କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼. ହରିକୃଷ୍ଣ ନାୟକ ଏହି କାର୍ଯକ୍ରମରେ ଯୋଗଦେଇ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ I ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ, ବ୍ରହ୍ମପୁରର ପରିଚାଳନା କମିଟି ରେ ଦୀପକ ସିଂ, ନିହାର ଚୌଧୁରୀ, ଶ୍ରୀ କ୍ରିଷ୍ଣା ନିଶାଙ୍କୋ, ଶ୍ରୀ ଡ଼ି. ଜଗନ୍ନାଥ, ଶ୍ରୀ ଭାସ୍କର ପଣ୍ଡା ଏବଂ ପ୍ରିନସିପାଲ ଶ୍ରୀ ଉଜ୍ୱଳ ସାହୁ ଉପସ୍ଥିତ ଥିଲେ I ସଭାକୁ ଆଦିତ୍ୟ ପ୍ରତାପ ନାୟକ ପରିଚାଳନା କରିଥିଲେ.

LEAVE A REPLY

Please enter your comment!
Please enter your name here