ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ନିର୍ମାଣଧୀନ ବ୍ରିଜ ଭୁଷୁଡି ଜଣେ ମୃତ ଓ ୩ ଗୁରୁତର

0
262

ନବରଙ୍ଗପୁର(କ୍ରିଷ୍ଣା ସାହୁ)ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ର ତାଲା ପଦର ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଏକ ନିର୍ମାଣ ଧୀନ ବ୍ରିଜ ଭୁଷୁଡିଯିବା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଗ୍ରାମ୍ୟ ଉନ୍ନାୟାନ ବିଭାଗ ର 2 କୋଟି 40 ଲକ୍ଷ ତାଙ୍କ ବ୍ୟୟ ଅଟକଳ ରେ ନିର୍ମିତ ହେଉଥିବା ଜାନିଗୁଡା- ତାଲାପଦର ରାସ୍ତାରେ ପୋଲର ଛାତ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ନିର୍ମାଣ କାର୍ଯ୍ୟ ରେ 14 ଜଣ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ଛାତଟି ଭୁଷୁଡି ପଡ଼ିଥିବାରୁ ଜଣ ଆହତ ହୋଇଥିଲେ। । ଖବର ପାଇ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଆହତ ଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲା। ଡାକ୍ତର ଜଣକୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ବୋଲି ଜଣାପଡିଛି।ସେଥିରୁ 3 ଜଣ ଗୁରୁତର ଆହତ ହୋଇଥିବା ଆହତ ଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।ଜିଲ୍ଲାପାଳ , ଆରକ୍ଷୀ ଅଧିକ୍ଷକ ସ୍ଥାନୀୟ ବିଧାୟକ ପ୍ରକାଶ ମାଝୀ ଓ ରାଜ୍ୟ ବିଜେପି ଉପ ସଭାପତି ବଳଭଦ୍ର ମାଝୀ ଘଟଣସ୍ଥଳରେ ପହଞ୍ଚି ଛନ୍ତି। ଅନ୍ୟ ପକ୍ଷରେ ଠିକାଦାର, କନିଷ୍ଠ ଯନ୍ତ୍ରୀ,SDO ଙ୍କ ବିରୋଧ ରେ ଏତଲା ଦିଆଯାଇ ଥିବା ସୂଚନା ମିଳିଛି।
VO 1_()ରାଜ୍ୟ ବିଜେପି ଉପ ସଭାପତି ବଳଭଦ୍ର ମାଝୀ ଏହି ଘଟଣା ପାଇଁ ସିଧା ସଳଖ ରାଜ୍ୟ ସରକାର ଙ୍କୁ ଦାୟୀ କରିଛନ୍ତି ଅବହେଳା ଓ ବେଖାତିରି ଯୋଗୁଁ ଏହିପରି ଘଟଣା ଘଟିଛି, ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି।
ଅପର ପକ୍ଷେ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ଏହି ପୋଲ ଯୋଗୁଁ ଛଅ ଗୋଟି ଗ୍ରାମ କୁ ସଂଯୋଗ କରିଥାନ୍ତା କିନ୍ତୁ ଆଜି ସନ୍ଧ୍ୟାରେ ଅକସ୍ମାତ୍ ତୃତୀୟ ସ୍ଲାପ୍ ଟି ଭୁଶୁଡ଼ି ପଡ଼ିଛି ସେହିଠାରେ ପାଂଚ ଛଅ ଜଣ କାର୍ଯ୍ୟ କରୁଥିଲେ ଜଣ ଙ୍କ ମୃତ୍ୟୁ ଘଟିଛି ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ସରକାର ଙ୍କୁ ଏହି ବାବଦ ରେ ଏକ ରିପୋର୍ଟ ଦାଖଲ କରାଯିବ। ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବ।

LEAVE A REPLY

Please enter your comment!
Please enter your name here