ଖୋଲିଲା ସ୍କୁଲ କଲେଜ,ଉତ୍ସାହିତ ଛାତ୍ରଛାତ୍ରୀ

0
312

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) କରୋନା ମହାମାରୀ କାରଣରୁ ବନ୍ଦ ଥିବା ସ୍କୁଲ,କଲେଜ ପ୍ରଥମ ପର୍ଯ୍ୟାୟ ରେ ସରକାର ଙ୍କ ନୀତିନିୟମ କୁ ମାନି ଆଜି ଖୋଲା ଯାଇଛି ।ଦୀର୍ଘ ଦିନର ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟ ସମେତ ବେଗୁନିଆପଡା ସ୍ଥିତ ଜନତା ବିଜ୍ଞାନ ମହାବିଦ୍ୟାଳୟ ରେ ଶୁକ୍ରବାର ଦିନ ପାଠପଢ଼ା ଆରମ୍ଭ ହୋଇଛି । ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସ୍କୁଲ ପରିସର ଓ କ୍ଲାସ ରୁମ କୁ ପୂର୍ବରୁ ସାନିଟାଇଜ କରାଯାଇଥିଲା ।ଶାଙ୍କୁଡ଼ା ସ୍ଥିତ ଧବଳେଶ୍ୱର ବିଦ୍ୟାପୀଠ, ସୁମଣ୍ଡଳ ସ୍ଥିତ ରବି ଘୋଷ ବିଦ୍ୟାପୀଠ,ବି.ନୂଆଗାଁ ସ୍ଥିତ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟ, ଛଚିନା ସ୍ଥିତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ, ବେଗୁନିଆପଡା ସ୍ଥିତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ, ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ସମେତ ସମସ୍ତ ବିଦ୍ୟାଳୟ କୁ ଆଜି ସ୍କୁଲ ର ଧାର୍ଯ୍ୟ ସମୟ ପୂର୍ବରୁ ଖୋଲାଯାଇଥିଲା ।ବହୁ ବିଦ୍ୟାଳୟ ରେ ସାଜସଜା କରି ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ କରାଯାଇଥିଲା ।ଦୀର୍ଘ ଦିନ ପରେ ଛାତ୍ରଛାତ୍ରୀ ଙ୍କ ସକାଶେ ପାଠ ପଢା ଆରମ୍ଭ ହୋଇଥିବାରୁ ଅଭିଭାବକ ମାନେ ଖୁସି ବ୍ୟକ୍ତ କରିଛନ୍ତି । ସ୍କୁଲ ରେ ଛାତ୍ରଛାତ୍ରୀ ମାନେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ସହିତ ହାତ କୁ ଧୋଇ ସ୍କୁଲ ରେ ପ୍ରବେଶ କରିଥିଲେ । ନିୟମ ମୁତାବକ ପ୍ରତ୍ୟେକ ବେଞ୍ଚ ରେ ଦୁଇ ଜଣ ଛାତ୍ରଛାତ୍ରୀ ବସି ପାଠ ପଢୁଥିବାର ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here