ଖଲ୍ଲିକୋଟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କଂଗ୍ରେସର ସାଂଗଠନିକ ବୈଠକ ଅନୁଷ୍ଠିତ।

0
399

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଖଲ୍ଲିକୋଟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ତୃଣମୂଳ ସ୍ତରରୁ  ଦଳର ସାଂଗଠନିକ  ସ୍ଥିତି ମଜଭୂତ କରିବା ସହ ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ଭୁଲି ଦଳ ପାଇଁ କାମ କରିବା ନିମନ୍ତେ ଦଳୀୟ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ। ଆସିକା ସଂଦଦୀୟ କ୍ଷେତ୍ରର ଦାୟିତ୍ୱରେ ଥିବା ଓଡ଼ିଶାର ଏକ ମାତ୍ର କଂଗ୍ରେସର କୋରାପୁଟ ସାଂସଦ ସପ୍ତଗିରୀ ଉଲକା କଂଗ୍ରେସର ଇତିହାସ କଥା କହି ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶା ଦଖଲ କରିବା  ପାଇଁ ଏବେ ଠାରୁ ଦଳକୁ ସଂଗଠିତ କରିବା ପାଇଁ କହିଥିଲେ। ଏହି ବୈଠକରେ ପୁର୍ବତନ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଜୟ ସାହୁ, ପୂର୍ବତନ ଜିଲ୍ଲା ଉପସଭାପତି ପ୍ରଭାତ କୁମାର ସାମନ୍ତରାୟ, ପୂର୍ବତନ ସରପଞ୍ଚ ତଥା ୧୩ ନମ୍ବର ଜୋନ ସଭାପତି ମେଘନାଦ ଦଳେଇ, ପୂର୍ବତନ ବ୍ଲକ ସଭାପତି ବିଶ୍ବଜିତ୍ ତରେଇ, ଅଜୟ କୁମାର ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ ।  ଆଜିର ଏହି ବୈଠକର ମୂଖ୍ୟ ଉଦ୍ଦେଶ୍ୟ ଥିଲା ବ୍ଳକ ସଭାପତି ଓ ଏନ ଏ ସି ସଭାପତି ଚୟନ କରିବା କିନ୍ତୁ ପ୍ରତ୍ୟେକ ପଞ୍ଚାୟତ ଓ ଏନ ଏ ସି ଓ୍ବାର୍ଡ ର କର୍ମୀ ଅନୁପସ୍ଥିତ ଥିବାରୁ ଆସନ୍ତା କାଲି ଚୟନ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ପ୍ରଥମେ ଖଲ୍ଲିକୋଟ ସ୍ଥିତ ଚାଣକ୍ୟ କଲେଜ ନିକଟରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଯିବା ସହ ଏକ ବିରାଟ ବାଇକ୍ ରାଲି ଯୋଗେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ପହଂଚି ଥିଲେ ତାସହ ଦଳର ନେତୃତ୍ୱ ମଣ୍ଡଳୀ ଓ ଶତାଧିକ କଂଗ୍ରେସ କର୍ମୀ ବୈଠକରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here