ଗଞ୍ଜାମର ୩ ଟି ମୁଖ୍ୟ ବିଷୟରେ ଦାବିପତ୍ର

0
296

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ ୩ ଟି ଦାବିକରି ଜାନୁଆରୀ ୬ ତାରିଖ ଦିନ ଓଡ଼ିଶା ଡେଭେଲାପମେଣ୍ଟ ଫୋରମ, ଡିଭାଇନ ଚାରିଟବୁଲ ଟ୍ରଷ୍ଟ ପକ୍ଷରୁ ବୁଗୁଡା ପୂର୍ତ୍ତବିଭାଗ ଡାକ ବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଜନସଚେତନତା ସୃଷ୍ଟି କରାଯାଇଥିଲା। ବ୍ରହ୍ମପୁର ଠାରେ ଏକ ବିମାନ ବନ୍ଦର ନିର୍ମାଣ, ନୟାଗଡ ରୁ ଗୋପାଳପୁର ପର୍ଯ୍ୟନ୍ତ ବୁଗୁଡା- ପୋଲସରା ଦେଇ ରେଳ ଚଳାଚଳ ଓ ପାରାଦୀପ ବନ୍ଦର ଠାରୁ ଗୋପାଳପୁର ବନ୍ଦର ପର୍ଯ୍ୟନ୍ତ ନୟାଗଡ- ବୁଗୁଡା- ପୋଲସରା- ତାରାତାରିଣୀ ଦେଇ ଜାତୀୟ ରାଜପଥ ନିର୍ମାଣ ଦାବି ନେଇ ବୁଗୁଡା ବିଡ଼ିଓଙ୍କ ଜରୀଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଫାଇବ ଟି ସଚିବ, ଓ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଓଡିଶା ଡେଭେଲାପମେଣ୍ଟ ଫୋରମର ସଭାପତି ରାମ ପ୍ରସାଦ ତ୍ରିପାଠୀ, ଉପସଭାପତି ବବିତା ପାତ୍ର, କାର୍ଯ୍ୟକାରୀ କମିଟି ସଭ୍ୟ ଟୁନା ମହାରଣା ଓ ଲକ୍ଷ୍ମୀନାରାୟଣ ପାଢ଼ୀ, ଗଞ୍ଜାମ ବିକାଶ ମଞ୍ଚର ମାନସ ପାତ୍ର, ଭାରତ ବିକାଶ ପରିଷଦର ବାଳକୃଷ୍ଣ ସାମନ୍ତରା ଓ ମଧୁସୂଦନ ସାହୁ ଯୋଗଦେଇଥିଲେ। ବୁଗୁଡା ଓକିଲ ସଂଘ ସଭାପତି ବନବାସୀ ମହାରଣା, ଘୁମୁସର ର ସ୍ୱର ସମ୍ପାଦକ ରତ୍ନାକର ମହାରଣା, ବାଲିପଦର ବଣିକ ସଙ୍ଘ , ମହୁଳପଲ୍ଲୀ ଯୁବ ସଂସଦ, ୟୁଏନଏସଏସ ପ୍ରମୁଖ ସଙ୍ଗଠନ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here