କାୟାକଳ୍ପ ଟିମ୍ ର ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତ ; ପରିମଳ ବ୍ୟବସ୍ଥା ଦେଖି କଲେ ଉଚ୍ଚ ପ୍ରଶଂସା

0
287

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଆଜି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସିଥିବା କାୟା କଳ୍ପ ଟିମ୍ ସ୍ୱାସ୍ଥ୍ୟ କେନ୍ଦ୍ରର ପରିମଳ ବ୍ୟବସ୍ଥା ଦେଖି ଖୁସି ପ୍ରକଟ କରିବା ସହ ମେଡିକାଲ କର୍ତୃପକ୍ଷଙ୍କୁ ମଧ୍ଯ ଉଚ୍ଚ ପ୍ରଶଂସା କରିଛନ୍ତି I ସୂଚନା ପ୍ରକାରେ ସ୍ଵାସ୍ଥ୍ୟକେନ୍ଦ୍ର ମାନଙ୍କର ଭିତ୍ତିଭୂମି ତଥା ପରିମଳ ବ୍ୟବସ୍ଥାର ତଦାରଖ ପାଇଁ ପ୍ରଧାନ ମନ୍ତ୍ରୀଙ୍କ ସ୍ଵଚ୍ଛତା ଅଭିଯାନରେ ଗଠିତ ହୋଇଥିବା ରାଜ୍ଯ କାୟାକଳ୍ପ ଟିମ୍ ର ଯୁଗ୍ମ ନିର୍ଦ୍ଦେଶକ ଡ଼କ୍ଟର୍ ପ୍ରତିଭା ପ୍ରଧାନଙ୍କ ନେତୃତ୍ୱରେ, ଆୟୂଷ କନ୍ସୁଲାଣ୍ଟ ଡକ୍ଟର୍ ଅସିତ୍ କୁମାର ମହାନ୍ତି, ଷ୍ଟେଟ୍ ପ୍ରୋଗ୍ରାମ୍ ଅଫିସର୍ ଡକ୍ଟର୍ ଶ୍ରୀପତି ଦାସ ମହାପାତ୍ର ପ୍ରମୁଖ ଆସି ପ୍ରଥମେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପରିମଳ, ବଗିଚା ନିର୍ମାଣ,ବର୍ଜ୍ୟବସ୍ତୁ ପରିଚାଳନା ,ଇନ୍ଫେକ୍ସନ କଣ୍ଟ୍ରୋଲ୍ ,ରଙ୍ଗ କାମ, ରୋଗୀଙ୍କ କୋଠରୀ ସମେତ ବିଭିନ୍ନ କାୟାକଳ୍ପ କାର୍ଯ୍ୟ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ବିଭାଗର କାଗଜପତ୍ରର ସମୀକ୍ଷା କରିଥିଲେ I ଏନେଇ ଡକ୍ଟର୍ ଅସିତ୍ କୁମାର ମହାନ୍ତିଙ୍କ ପ୍ରତିକ୍ରିୟା ନେବାରୁ ସେ ସନ୍ତୋଷ ବ୍ୟକ୍ତ କରିବା ସହ ମେଡିକାଲର ଉନ୍ନତି ପାଇଁ ସରକାରଙ୍କୁ ରିପୋର୍ଟ୍ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ I ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର୍ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ଡକ୍ଟର୍ ଏସ୍.ମୃତ୍ୟୁଞ୍ଜୟ,ଡକ୍ଟର୍ ସରୋଜ କୁମାର ପ୍ରଧାନ, ବିପିଏମ୍ ଦୁର୍ଗାପ୍ରସାଦ ପଟ୍ଟନାୟକ,ଫାର୍ମାସିସ୍ଟ ଅଶ୍ୱିନୀ କୁମାର ସାହୁ,ନିର୍ମଳ ସୁପରଭାଇଜର ମଙ୍ଗୁଳୁ ପାତ୍ରଙ୍କ ସମସ୍ତ ସମସ୍ତ ଷ୍ଟାଫ୍ ନର୍ସ ଏବଂ ସମସ୍ତ ମେଡିକାଲ କର୍ମଚାରୀ ଉପସ୍ଥିତ ରହି କାୟାକଳ୍ପ ଟିମକୁ ସ୍ୱାଗତ କରିବା ସହ ମେଡିକାଲ ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରିଥିଲେ I

LEAVE A REPLY

Please enter your comment!
Please enter your name here