ଖଲ୍ଲିକୋଟ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି ଯୁବମୋର୍ଚା

0
266

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ମହଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସାଥିଙ୍କୁ ହତ୍ୟା ଘଟଣାକୁ ନେଇ ରାଜ୍ୟ ବିଜେପି ଆକ୍ସନ ମୁଡରେ ଥିବା ଦେଖିବାକୁ ମିଳିଛି।  ୪୮ ଘଣ୍ଟା ମଧ୍ୟରେ ହତ୍ଯାକାରୀଙ୍କୁ ଗୀରଫ କରିବା ସହ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କରିବା ସହ ଗୀରଫ ଦାବିରେ ଦଳ ପକ୍ଷରୁ ସମସ୍ତ ଥାନାରେ ଏତଲା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ଖଲ୍ଲିକୋଟ ଥାନାରେ ଖଲ୍ଲିକୋଟ ଭାଜପା ନେତା ଓ କର୍ମୀ ମାନେ ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବିକ୍ଷୋଭରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ତା,  ଜିଲ୍ଲା ଉପସଭାପତି ଅନିଲ ପଣ୍ତା, ଖଲ୍ଲିଲୋଟ ବିଧାୟିକା ପ୍ରାର୍ଥିନୀ ଭାରତୀ ବେହେରା, ସମିତି ସଭ୍ୟ ପଦ୍ମଚରଣ ସୁବୁଦ୍ଧି,ମନୋଜ କୁମାର ସାହୁ,ରମେଶ ଚନ୍ଦ୍ର ପରିଡା, ସନ୍ତୋଷ କୁମାର ରାଉତ, ବ୍ରଜକିଶୋର ସ୍ବାଇଁ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଶତାଧିକ କର୍ମୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here