୩୭ ପ୍ରତିଶତ ୪୫ + ବର୍ଷ ବ୍ୟକ୍ତି ନେଇଛନ୍ତି କୋଭିଡ ଟିକା

0
258

ବୁଗୁଡା: ଜୁନ ୨ ତାରିଖ ରିପୋର୍ଟ ପ୍ରକାରେ ବୁଗୁଡା ଅଞ୍ଚଳରେ ୪୫ ବର୍ଷରୁ ଉର୍ଦ୍ଧ୍ବ ୩୫,୭୯୦ ବ୍ୟକ୍ତିଙ୍କୁ ଟିକା ଦେବାକୁ ଲକ୍ଷ ଥିବା ବେଳେ ୧୩,୩୦୨ ଜଣ ବ୍ୟକ୍ତି ପ୍ରଥମ ଟିକା ଓ ମାତ୍ର ୧୬୮୪ ଜଣ ଦ୍ଵିତୀୟ ଟିକା ନେଇଛନ୍ତି। ପ୍ରଥମ ଟିକା ୩୭.୧୬ % ବ୍ୟକ୍ତି ନେଇଥିବା ବେଳେ ଦ୍ଵିତୀୟ ଟିକା ମାତ୍ର ୪.୭୦ % ବ୍ୟକ୍ତି ନେଇଛନ୍ତି। ଅର୍ଥାତ ୧୦୦ ଜଣ ୪୫ + ବର୍ଷ ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୫ ଜଣ ଦ୍ଵିତୀୟ ଟିକା ନେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି। ସେହିପରି ପ୍ରଥମ ଟିକା ନେଇଥିବା ୧୦୦ ଜଣ ଙ୍କ ମଧ୍ୟରୁ ମାତ୍ର ୧୩ ଜଣ ଦ୍ୱିତୀୟ ଟିକା ନେବା ବେଳେ ୮୭ ଜଣ ଦ୍ଵିତୀୟ ଟିକା ନେଇନାହାଁନ୍ତି।ଦ୍ଵିତୀୟ ଟିକା ନେବାରେ କମିବା ପାଇଁ ବହୁତ କାରଣ ଅଛି। ଯେହେତୁ ଟିକା ଆସିବା ଡେରି ସଙ୍ଗେ ସରକାର ପ୍ରଥମ ଟିକା ଓ ଦ୍ଵିତୀୟ ଟିକା ମଧ୍ୟରେ ବ୍ୟବଧାନ ପରିବର୍ତ୍ତନ କରିବା। ୨୮ ଦିନ ପରେ ଦ୍ୱିତୀୟ ଟିକା ଦେବାକୁ ସମୟ ଧାର୍ଯ୍ୟ କରିଥିବା ବେଳେ ପରେ ବୃଦ୍ଧି କରି ବର୍ତ୍ତମାନ ୮୪ ଦିନ ପରେ ଦ୍ୱିତୀୟ ଟିକା ନେବାକୁ ସ୍ଥିର କରିଛନ୍ତି। ଏସବୁ ଦ୍ଵିତୀୟ ଟିକା ନେବାରେ ବିଳମ୍ବ ହୋଇପାରେ। ମାତ୍ର ୪୫ ବର୍ଷ ରୁ ଅଧିକ ବ୍ୟକ୍ତିଙ୍କୁ ଟିକାଦେବାରେ ମାତ୍ର ୩୭ ପ୍ରତିଶତ ହୋଇଥିବା ବେଳେ ଆହୁରି ୬୩ ପ୍ରତିଶତ ବ୍ୟକ୍ତି ଟିକା ନେଇନାହାଁନ୍ତି। ଏହାର କାରଣ ଟିକାଦେଲେ ସ୍ୱାସ୍ଥ୍ୟ ଖରାପ ହେଉଛି ବୋଲି ଲୋକଙ୍କ ଧାରଣା ରହିଥିବା ବିଷୟ ବୋଲି ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ସେଥିପାଇଁ ପ୍ରତି ଗ୍ରାମକୁ ଯାଇ ଚିହ୍ନଟ ୪୫ ବର୍ଷ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରଥମେ ତହସିଲଦାର ସଂଗ୍ରାମ କେଶରୀ ଜେନା, ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳ ଓ ସେ ନିଜେ ଟିକା ନେଇଥିଲେ ମଧ୍ୟ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇ ନାହିଁ ବୋଲି ଲୋକଙ୍କୁ ବୁଝାଯାଉଥିବା ବିଡ଼ିଓ ଶ୍ରୀ ପାତ୍ର କହିଛନ୍ତି। ୪୦୫ ଜଣ କରୋନା ଯୋଦ୍ଧା, ସାମ୍ବାଦିକ, ବରିଷ୍ଠ ନାଗରିକ ଏବଂ ପ୍ରଥମ ଟିକା ଓ ଦ୍ଵିତୀୟ ଟିକା ନେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତିଙ୍କ ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥିବା ବେଳେ ଟିକା ଦେକାକୁ ଭୟ କରିବ ଉଚିତ ନୁହେଁ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି। ଗ୍ରାମକୁ ଗ୍ରାମ ଯାଇ ଟିକାଦାନ କାର୍ଯ୍ୟକ୍ରମର ପ୍ରଥମ ଦିନ ପାଙ୍ଗିଡ଼ି ଓ ଅନ୍ତରପଡ଼ା ଗ୍ରାମରେ ୪୫ ବର୍ଷ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକାଦାନ ହୋଇଥିବା ବେଳେ ଜୁନ ୫ ତାରିଖ ଦିନ ପଙ୍କଳବାଡ଼ି ଓ ତାକରଡ଼ା ଗ୍ରାମରେ ଟିକାଦାନ ଚାଲୁ ରହିଛି। ଗ୍ରାମକୁ ଗ୍ରାମ ଯାଇ ଟିକାଦାନ କରି ଲକ୍ଷ ପୁରଣ କରିବାକୁ ପ୍ରଶାସନ ଆଶା ରଖିଥିବା ଜଣାପଡିଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here