ବରିଷ୍ଠ ଶିକ୍ଷକଙ୍କ ଅକାଳ ବିୟୋଗ

0
913

ଭଞ୍ଜନଗର (ନିଲୁ ବିଷୋୟୀ) ଭଂଜନଗର ବ୍ଳକ ଗୁଜୁରାଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଏସ୍ .ମୋହନ ରାଓ ପାତ୍ରଙ୍କର ରବିବାର ସଂଧ୍ୟା 6.30 ମିନିଟ୍ ସମୟରେ ଭୂବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 59 ବର୍ଷ ବୟସ ହୋଇଥିଲା । ସେ ଗତ 17 ଦିନ ହେଲା ସ୍ବାସ୍ଥ୍ୟ ରେ ଅବନ୍ନତି ହେତୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସେ ଆସନ୍ତା ଫେବୃୟାରୀ ମାସରେ ଚାକିରୀରୁ ଅବସର ନେଇଥାନ୍ତେ । ଏହି ଦୁଃଖଦ ଖବର ଶୁଣିବା ପରେ ବି.ଇ.ଓ ଏସ୍. ଧନଞ୍ଜୟ, ଏ.ବି.ଇ.ଓ ସୂର୍ଯ୍ୟ ନାୟକ,ବି.ଆର୍.ସି.ସି ହୃଷିକେଶ ସ୍ବାଇଁ ଓ ସି.ଆର୍.ସି.ସି ସୁନିଲ କୁମାର ପାଣି ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ପ୍ରକାଶ ଥାଉ କି ଶ୍ରୀ ମୋହନ ରାଓ ପାତ୍ର ଦୀର୍ଘ ତିରିଶି ବର୍ଷ ହେଲା ଶିକ୍ଷକତା କରିଆସୁଥିଲେ । ସେ ଖମାରେଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦଣ୍ଡିପଦର ପ୍ରାଥମିକ ବିଦ୍ୟାଳୟ ଆଦିରେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ ତୁଲାଇବା ପରେ ସଂପ୍ରତି କୁଲାଡ କ୍ଳଷ୍ଟରର ଗୁଜୁରାଳୀ ପ୍ରାଥମିକ ବିଦ୍ୟାଳୟରେ ଲେଭଲ ଥ୍ରୀ ପ୍ରଧାନ ଶିକ୍ଷକ ରୂପେ ଶିକ୍ଷକତା କରିଆସୁଥିଲେ । ତାଙ୍କରି ବିୟୋଗରେ ଭଂଜନଗର ବ୍ଳକ ଶିକ୍ଷକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here