ନୂଆବର୍ଷ ଉପଲକ୍ଷେ କମେଡି ଓଡିଆ ଆଧୁନିକ ଆଲବମ ଉନ୍ମୋଚିତ

0
338

ବ୍ରହ୍ମପୁର()ପିପି ପ୍ରୋଡକ୍ସନର ପ୍ରଥମ ଅବଦାନରେ ନିର୍ମିତ ହେଉଛି ନୂଆବର୍ଷ ୨୦୨୧ ଲାଗି ଏକ କମେଡି ଓଡିଆ ଆଧୁନିକ ୟୁଟୁବ ଆଲବମ ଜିରୋ ନାଇଟ ମୁକ୍ତିଲାଭ ହେବାକୁ ଯାଉଛି । ଏହି ଆଲବମଟିରେ ଭରପୂର କମେଡି ଥିବାବେଳେ କମେଡି କିଙ୍ଗ ରମେଶ ରଣା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସହଯୋଗୀ କଳାକାର ଭାବେ ଲିକୁ ଡାକୁଆ ନିଜ କମେଡିର ଜଲୱା ଦେଖାଇଛନ୍ତି । ସଙ୍ଗୀତଟିକୁ ଓଡିଶାର ସୁନାମଧ୍ୟନ କଣ୍ଠଶିଳ୍ପୀ ଜେମସ ଏବଂ ଶୁଶାନ୍ତ କୁମାର କଣ୍ଠଦାନ କରିଥିବାବେଳେ ସଙ୍ଗୀତ ରଚନା କରିଛନ୍ତି ମନୋଜ ମହାରଣା ଏବଂ ସଙ୍ଗୀତ ଭାର ତୁଲାଇଛନ୍ତି କିରଣ ମୂଳି । ସମ୍ପୂଣ୍‌ନ ଗୀତଟି କଟକ ଷ୍ଟୁଡିଅରେ ନିର୍ମିତ ହୋଇଛି । ବ୍ରହ୍ମପୁର ତଥା ଗଞାମ ଜିଲ୍ଳାର ଆଖପାଖ ଅଂଚଳରେ ଏହି ଗୀତଟିକୁ ସୁଟିଂ କରାଯାଇଛି । ଏମ୍ ପ୍ରଶାନ୍ତ ପାତ୍ରଙ୍କ ପ୍ରଯୋଜିତ ଏହି ଆଲବମଟିରେ ସତ୍ୟଚେତନ ପରିଡା ନିର୍ଦେଶନା ଦେଇଥିବା ବେଳେ କ୍ୟାମେରା ଓ ସମ୍ପାଦନା କୃଷ୍ନ ନାୟକ ଦାୟିତ୍ୱ ତୁଲାଇଛନ୍ତି । କୋରିଓଗ୍ରାଫି ଦେଇଛନ୍ତି ଚିକୁ ପ୍ରତିନିଧି । ପିପି ପ୍ରୋଡକ୍ସନ ତରଫରୁ ନୂଆବର୍ଷକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଥିବା ଏହି କମେଡି ଆଲବମଟି ଦର୍ଶକଙ୍କୁ ବେଶ ମନୋରଞନ ଆଣିବ ବୋଲି ଆଶାବ୍ୟକ୍ତ କରିଛନ୍ତ୍‌ି ।

LEAVE A REPLY

Please enter your comment!
Please enter your name here