୧୯୯୬ ବ୍ୟାଚର ବନ୍ଧୁମିଳନ

0
334

ଭଞ୍ଜନଗର(ନିଲୁ ବିଷୋୟୀ ) ବେଲଗୁଣ୍ଠା ବିଞାନ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ୧୯୯୬ ବ୍ୟଚ ର ଛାତ୍ର ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଲଗୁଣ୍ଠା ବ୍ରାହ୍ମଣୀ ଦେବୀ ଙ୍କ ପୀଠରେ ସମସ୍ତେ ଏକାଠି ହୋଇଥିଲେ । ଚାରିମାସ ପୂର୍ବରୁ ଶୁଭେନ୍ଦୁ ଗୈଡ ସମସ୍ତ ସହପାଠୀ ମାନଙ୍କ ମୋବାଇଲ ନଂ ରେ ଯୋଗାଯୋଗ କରି ଏହିକାର୍ଯ୍ୟକ୍ରମଟି ଆୟୋଜନ କରିଥିଲେ । ପ୍ରାୟ ୩୫ ଜଣ ଏଥିରେ ଅଂଶ ଗ୍ରହଣ କରିପାରିଥିଲେ । ସେମାନଙ୍କ ମଧ୍ୟରେ ହାଇଦ୍ରାବାଦ, ପୁନେ, ଗୁରୁଗାଓଁ, ରାୟଗଡା, ଭୁବନେଶ୍ୱର ସମେତ ଅଞ୍ଚଳର ବିଭିନ୍ନ ଗ୍ରାମରେ ରହୁଥିବା ସାଙ୍ଗ ମାନେ ଥିଲେ । ଦୀର୍ଘ ବର୍ଷ ପରେ ସମସ୍ତେ ଏକାଠି ମିଶିଥିବାରୁ ଖୁବ ଆନନ୍ଦ ଅନୁଭବ କରିଥିଲେ । ବିଭିନ୍ନ କର୍ମରେ ଭିନ୍ନ ଭିନ୍ ସ୍ଥାନରେ ନିୟୋଜିତ ଥିବା ବେଳେ ପୁରୁଣା ସାଥି ମାନଙ୍କ ସହ ମିଶି ଖୁବ ଉପଭୋଗ କରିଥିଲେ । ଆଗାମୀ ବର୍ଷ ରେ ମଧ୍ୟ ଏହାକୁ ବଜାୟ ରଖିବାକୁ ନିଷ୍ପତ୍ତି ନେବା ସହ ଶୁଭେନ୍ଦୁ ଙ୍କ ଏଭଳି ପ୍ରୟାସକୁ ଭୁୟସି ପ୍ରଶଂସା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here