‘କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି’ ଏହି ବାର୍ତ୍ତା ନେଇ ୱର୍ଲଡ ଆଥଲେଟିକ ଟିମ ତରଫରୁ ସାଇକେଲ ରାଲି

0
474

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା)ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ୱର୍ଲଡ ଆଥଲେଟିକ ଫୁଟବଲ ଟିମ ବେଗୁନିଆପଡା ପକ୍ଷରୁ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି | ଭାଗ୍ୟ ଉପରେ ନିର୍ଭର ନକରି କଠିନ ପରିଶ୍ରମ କଲେ ସଫଳତା ଆପେ ଆସିବ, ଏହି ବାର୍ତ୍ତା ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ର ଏହି ଫୁଟବଲ ଟିମ ବେଗୁନିଆପଡା ସ୍ଥିତ ବାପୁଜୀ ଷ୍ଟାଡିଅମ ରୁ ଶୋଭାଯାତ୍ରା ରେ ବାହାରି ପୋଲସରା ନିକଟସ୍ଥ ମା ସିଂହାସନୀ ଙ୍କ ପୀଠ ପର୍ଯ୍ୟନ୍ତ ଯାଇଥିଲା | ଏହି ଶୋଭାଯାତ୍ରା ରେ ଦୀର୍ଘ 60 କିଲୋମିଟର ଯାତ୍ରା ରେ 50 ଜଣରୁ ଉର୍ଦ୍ଧ ଖେଳାଳି ସାମିଲ ହୋଇଥିଲେ |ବନ୍ଦେ ମାତରଂ ଧ୍ୱନି ସହ ସାଇକେଲ ରେ ଜାତୀୟ ପତାକା ଲଗାଇ ଆରମ୍ଭ ହୋଇଥିଲା ଏହି ଶୋଭାଯାତ୍ରା | ଯୁବ କ୍ରୀଡାପ୍ରେମୀ ସରୋଜ କୁମାର ଆଚାରୀ ଏହି କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିବା ବେଳେ,ଅତିଥି ଭାବେ ସମିତିସଭ୍ୟ ନାରାୟଣ ବେହେରା, କବିରାଜ ଦାସ, ରାମକୃଷ୍ଣ ମହାନ୍ତି, ପୋଲିସ କର୍ମଚାରୀ ଦୀନବନ୍ଧୁ ଗୌଡ଼ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ | ଖେଳାଳିଙ୍କ ଏହି ସମାଜଧର୍ମୀ ବାର୍ତ୍ତା ଦେବାର ଅଭିନଵ ପ୍ରୟାସ କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି |

LEAVE A REPLY

Please enter your comment!
Please enter your name here