ବେଆଇନ ଭାବେ ପିଡିଏସ୍ ଚାଉଳ ଓ ଗହମ ଗଛିତ ରଖିବା ଅଭିଯୋଗରେ ତାରସିଂ ପୋଲିସ ଦ୍ୱାରା ୨ ଗିରଫ

0
369

ଭଞ୍ଜନଗର(ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ତାରସିଂ ଥାନା ଅଧିନ ଗାୟ।ଗଣ୍ଡା ଗ୍ରାମରେ ଏକ ଘରେ ବେଆଇନ ଭାବେ ସରକାରୀ ପିଡିଏସ୍ ଚାଉଳ ଓ ଗହମ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ତାରସିଂ ପୋଲିସ ସେଠାରେ ଚଢ଼ାଉ କରି ୨୦ କୁଇଣ୍ଟାଲ ପିଡିଏସ ଚାଉଳ ଓ ୨୫୦ କେଜି ଗହମ ଏବଂ ଓଜନ ମସିନ ଓ ଖାଲି ପ୍ୟାକେଟ ଜବତ କରିଛି। ଏ ବେଆଇନ କାରବାର ରେ ସମ୍ପୁକ୍ତ ଥିବା ଉକ୍ତ ଗ୍ରାମର ଦୁଇ ଭାଇ ଙ୍କୁ ପୋଲିସ ଗିରଫ କରିଛି। ଉକ୍ତ ୨ଭାଇ ସରକାରଙ୍କ ଦ୍ୱାରା ଯୋଗାଣ ହେଉଥିବା ଚାଉଳ ଓ ଗହମ କୁ ଅତି କମ ଦରରେ କିଣି ନିଜ ଘର ଭିତରେ ସେଗୁଡିକୁ ଅଲଗା ଅଖାରେ ଭର୍ତ୍ତି କରି ବାହାରେ ଚଢ଼ା ଦର ରେ ବିକ୍ରି କରି ଆସୁଥିଲେ। ଏ ନେଇ କେସ ନମ୍ବର ୨୫୦/୨୦ ଅନୁସାରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here