ପିପୁଲସ କଲେଜରେ ପରିଷ୍କାର ଓ ସବୁଜ ଗ୍ରାମ ସଚେତନତା କାର୍ଯ୍ୟକ୍ରମ

0
262

ବୁଗୁଡା: ବୁଗୁଡା ପିପୁଲସ କଲେଜ ପରିସର ରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ପରିଷ୍କାର ଗ୍ରାମ ଓ ସବୁଜ ଗ୍ରାମ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଡିସେମ୍ବର ୨୬ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ତଥା ଶୈକ୍ଷିକ ସଂଯୋଜକ ଡ଼ଃ ଜୟରାମ ବିଷୋୟୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଏଥିରେ ଅଧ୍ୟକ୍ଷତା କରିଥିଲେ। ଯୁବ ରେଡକ୍ରସ ଉପଦେଷ୍ଟା ଅଧ୍ୟାପକ ବିନୋଦ କୁମାର କରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅତିଥିଭାବେ ଇଂରାଜୀ ବିଭାଗ ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ, ଆଇ.ଆର.ପି.ଏମ ବିଭାଗ ମୁଖ୍ୟ ଅଧ୍ୟପାକ ପ୍ରଭଞ୍ଜନ ମୁନି ଯୋଗଦେଇ ସ୍ୱଚ୍ଛତା ଓ ପରିବେଶ ବିଷୟରେ ବକ୍ତବ୍ୟ ରଖିଥିଲେ। ୫୩ ଜଣ ଛାତ୍ରଛାତ୍ରୀ ତଥା ସ୍ବେଚ୍ଛାସେବୀ ମାନଙ୍କୁ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟପାକ ଶ୍ରୀ କରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ବୃନ୍ଦ ମହାବିଦ୍ୟାଳୟ ପରିସର ପରିଷ୍କାର କରିଥିଲେ। ନେହେରୁ ଯୁବ କେନ୍ଦ୍ରର ବୁଗୁଡା ବ୍ଲକ ପ୍ରତିନିଧି ଶ୍ରୀକାନ୍ତ ସାହୁ ଓ ସହଯୋଗୀ ସତ୍ୟ ପ୍ରକାଶ ନାୟକଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଅଧ୍ୟାପକ ଏ.ପି.ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here