କୋଭିଡ କଟକଣା ଭିତରେ ଶେଷ ହେଲା କାର୍ତ୍ତିକେଶ୍ୱରଙ୍କ ପୂଜା

0
313

ହିଞ୍ଜିଳିକାଟୁ(ହିମାଂଶୁ ବେହେରା)କୋଭିଡ କଟକଣା ଭିତରେ ଶେଷ ହେଲା ଚଳିତ ବର୍ଷର କାର୍ତ୍ତିକେଶ୍ୱର ପୂଜା । ପ୍ରତିବର୍ଷ ଭଳି ଚଳିତ ବର୍ଷ ହିଞ୍ଜିଳିକାଟୁ ପୈାରାଚଂଳ କେଉଟ ସାହି ପୂଜା କମିଟି ତରଫରୁ ପୂଜାନୀତିକାନ୍ତି ନିରାଡମ୍ବର ସହ ପାଳନ କରାଯାଇଛି । କରୋନା ମହାମାରୀ ଲାଗି ଚଳିତ ବର୍ଷ ସ୍ଥାନୀୟ ପ୍ରଶାସନ ତରଫରୁ ପୂଜା ନୀତିକାନ୍ତି କରିବାକୁ ଅନୁମତି ମିଳିବ ନା ନାହିଁ ତାହାକୁ ନେଇ କମିଟି ଦ୍ୱନ୍ଦରେ ରହିଥିବା ବେଳେ ଅନୁମତି ମିଳିଥିବାରୁ ସ୍ଥାନୀୟ ପ୍ରଶାସନକୁ ଅଂଚଳ ବାସୀ ଧନ୍ୟବାଦ ଦେବା ସହ କୋଭିଡ ଗାଇଡ ଲାଇନର ସମସ୍ତ କାର୍ଯ୍ୟ ସୁୁୁଚାରୁରୁପେ ପାଳନ କରିବା ସହ ପୂଜାକୁ ସମାପନ କରିଛନ୍ତି । କାର୍ତ୍ତିକେଶ୍ୱରଙ୍କ ଦର୍ଶନ ଲାଗି ଆସୁଥିବା କିଛି ଭକ୍ତଙ୍କ ଦର୍ଶନ ନିମନ୍ତେ ପୂଜା ମଣ୍ଡପ ଠାରୁ ୫୦ ମିଟର ଦୂରତାରେ ବାଉଁଶ ବାନ୍ଧି ବ୍ୟାରିକେଟର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ତିକପୂଜା ପ୍ରତିବର୍ଷ ଅଁଳା ନବମୀରୁ ଆରମ୍ଭ ହୋଇ କାର୍ତିକ ମାସ ଶେଷରେ ପ୍ରଭୁଙ୍କୁ ବିସର୍ଜନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ରୀତିନୀତି ଅନୁଯାୟୀ ପାଳିତ ହୋଇଛି । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପୂଜା କମିଟି ହିମାଂଶୁ ବେହେରା, ଗୋପବନ୍ଧୁ ବେହେରା ,ସୁଜିତ ପାତ୍ର. ଗଣେଷ ଦୋରା, କୃଷ୍ଣ ଚନ୍ଦ୍ର ବେହେରା,ସୁୁଶାନ୍ତ ବେହେରା , ଗୋରାଚାନ୍ଦ ସାହୁ, ସୁପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here