ଘରୋଇ ବସରେ ଗଞ୍ଜେଇ ଚାଲାଣ ବେଳେ ବସ୍ କଣ୍ଡକ୍ଟର ସହିତ ୫ଜଣ ଗିରଫ

0
295

ପାରଳାଖେମୁଣ୍ଡି(ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ଆର ଉଦୟଗିରି ପୋଲିସ ପୁଲିସ ଥାନା ଅଧୀନରେ ଥିବା ଆର୍ ଉଦୟଗିରି ଥାନା ଅଧିକାରୀ ପାରଳାଖେମୁଣ୍ଡି ଠାରୁ ଭୁବନେଶ୍ଵରର ଅଭିମୁଖେ ଯାଉଥିବା ଘରୋଇ ଇସ୍ବାତ ବସ୍ କୁ ପୋଲିସ ଏସ ଆଇ ମୁକେଶ ଲାକ୍ରା ଙ୍କ ନେତ୍ରୃତ୍ବ ରେ ଏକ ଟିମ୍ ରାତ୍ର ସମୟରେ ଆର୍ ଉଦୟଗିରି ଠାରେ ବସ୍ ଅଟକାଇ ତଲାସୀ ଥିଲେ। ଫଳରେ ଏହି ବସରେ ଭୂବନେଶ୍ବର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଆର୍ ଉଦୟଗିରି ପୋଲିସ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ୨ଜଣ ମହିଳାଙ୍କ ସମେତ ୫ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୫ବସ୍ତା ଗଞ୍ଜେଇ ଜବତ କରିଛି । ଗିରଫ ହୋଇଥିବା ବ୍ଯକ୍ତିମାନେ ହେଉଛନ୍ତି ରାୟଗଡ ବ୍ଲକ ମାରିବା ଗ୍ରାମର ମହିଳା ମୁକ୍ତି ସିଂ, ନୂଆଗଡ ବ୍ଲକ ବଡପଦା ଗ୍ରାମର ମାରିଆ ପାଣି, ତିତିସିଂ ପଞ୍ଚାୟତ ଅନ୍ତର୍ଗତ ରାଜବୁଲ୍ ଗ୍ରାମର ରାଜୀବ ବଡରଇତ, ବାଙ୍କ ବଡଦିନ ଓ ବସର କଣ୍ଡକ୍ଟର ସୁରେଶ ରାଉତ ବୋଲି ଥାନାଧିକାରୀ ମମତା ନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ପାରଳାଖେମୁଣ୍ଡିରୁ ଭୂବନେଶ୍ବର ଯାଉଥିବା ଇସ୍ପାତ ନାମକ ଘରୋଇ ବସରେ ମାର୍ଲବା,ବଡପଦା ଓ ଖଜୁରୀପଡ଼ା ଅଞ୍ଚଳରୁ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ବିଶେଷସୁତ୍ରରୁ ସ୍ତାନିୟ ପୋଲିସ କୁ ଖବର ମିଳିଥିଲା । ଏହି ଖବର କୁ ଆଧାର କରି ଏସଆଇ ମୁକେଶ ଲାକ୍ରାଙ୍କ ନେତୃତ୍ବରେ ପୋଲିସର ଆର ଉଦୟଗିରି ଠାରେ ଇସ୍ପାତ ବସକୁ ଅଟକାଇ ତଲାସୀ କଲାବେଳେ ୫ବସ୍ତା ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ଜଣକୁ ଗିରଫ କରିଥିଲା । ଏହି ଅବସରରେ ଦାଇତ୍ୱ ରେ ଥିବା ମାଜିଷ୍ଟ୍ରେଟ ଆର ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯାଇଥିଲା ଏହି ଗଞ୍ଜେଇ ୭୨କେଜି୨ଶହ ଗ୍ରାମ ହୋଇଥିଲା । ତାର ଆନୁମାନିକ ବଜାର ମୂଲ୍ଯ ୪ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ଆର ଉଦୟଗିରି ଥାନା କେସ୍ ନଂ-୧୭/୨୧ NDPS Actର ଦଫା ୨୦(ଖ)(ii)(ଗ)/୨୫/୨୯ରେ ମାମଲା ରୁଜୁ ହୋଇଛି । ଏହି ମାମଲାର ତଦନ୍ତ ଥାନାଧିକାରୀ ମମତା ନାୟକ ନିଜେ ତଦନ୍ତ କରୁଥିବାର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here