ଛତ୍ରପୁର ଏନଏସି ରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ବୁଲି ତଦାରଖ କଲେ ଗଂଜାମ ଜିଲ୍ଲପାଳ ଏବଂ ଗଂଜାମ ଜିଲ୍ଲାପରିଷଦ ସିଡିଓ

0
160

ଛତ୍ରପୁର: ଜିଲ୍ଲାର ସଦରମହକୁମା ଛତ୍ରପୁର ସହରକୁ ସବୁଜ ସୁନ୍ଦର କରିବା ନିମନ୍ତେ ଏନଏସି ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି । ସହରକୁ ଅଧିକ ସୈାଦର୍ଯ୍ୟକରଣ ନିମନ୍ତେ ଆହୁରୀ କେତକ ସ୍ଥାନ ରେ ବିଭିନ୍ନ କାର୍ଯ୍ୟ ର ନିର୍ମାଣ ଚାଲିଛି । ଏହା ସହିତ ଏଠାକୁ ଆସୁଥିବା ପର୍ଯ୍ୟଟ୍ଟକ କିମ୍ବା ଜନସାଧାରଣ ମାନଙ୍କୁ ଆକୃଷ୍ଠ କରିବା ନିମନ୍ତେ ଭିଆଇପି ରୋଡ ଠାରେ ବିଭିନ୍ନ ପାର୍କ ସହ ଆଇ ଲଭୟୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁ ଛତ୍ରପୁର , ଯୁବକ ମାନଙ୍କ ନିମନ୍ତେ ସେଲଫି ପଏଣ୍ଟ ମଧ୍ୟ ରହିଛି ।
ସ୍ଥାନୀୟ ଅରବିନ୍ଦ ସ୍କୁଲ ସମ୍ମୁଖ ତଥା ପେଟ୍ରୋଲ ପମ୍ପ ଛକ ନିକଟରେ ଏନଏସି ପକ୍ଷରୁ କ୍ଲକ୍ ଟାୱାର ର ନିର୍ମାଣ କାର୍ଯ୍ୟ ଚାଲୁରହିଛି । ଯାହା ୩୫ଫୁଟ ଉଚ୍ଚତାରେ ଚାରିପାଶ୍ୱର୍ରେ ଘଣ୍ଟା ଝୁଲା ହେବ । ଯାହାଦ୍ୱାରା ପର୍ଯ୍ୟଟ୍ଟକ ମାନେ ଆକୃଷ୍ଠ ହେବ । ଏନେଇ ମଙ୍ଗଳବାର ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା , ଗଂଜାମ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଭାସନ କ୍ଲକ୍ ଟାୱାର ର ନିର୍ମାଣ କାର୍ଯ୍ୟ କିପରୀ ଚାଲିଛି ତାହାର ଅନୁଧ୍ୟାନ କରିଥିଲେ । ଏହା ସହିତ ମିଶନ ଶକ୍ତି କାଫେ , ଏନଏସିରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ ସାହୁ ଙ୍କ ଜିଲ୍ଲପାଳ ଏବଂ ସିଡିଓ ଆଲଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here