କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

0
388

କୁକୁଡ଼ାଖଣ୍ଡି(ମନୋଜ କୁମାର ପାତ୍ର) କୁକୁଡ଼ାଖଣ୍ଡି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡିଓ ଗଦାଧର ପାତ୍ର,ଏମିନେଣ୍ଟ ମେମ୍ବର ନିତ୍ୟାନନ୍ଦ ଦଳାଇ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସକ ଡ଼ ରାମଚନ୍ଦ୍ର ମହାପାତ୍ର, ସହକାରୀମେଡ଼ିକାଲ ଚିକିତ୍ସକ ଡା ପ୍ରିୟୋତୋଷ ଦାସ, ଆୟୁଷ ଡାକ୍ତର ବିଜୟ ଲକ୍ଷ୍ମୀ ପଣ୍ଡା,ପିଏଚଇଓ ସୋନାଲି ମଣ୍ଡଳ, ବିପିଏମ୍ ସୋହନ ପଟନାୟକ,ବାଳକୃଷ୍ଣ ପଟନାଏକ, ବ୍ଲକ ଏଇ ସୁଜିତ କୁମାର ତହଲ,ଏବିଇଓ ସୀମାଞ୍ଚଳ କାର୍ଜି, ଆଇସିଡିଏସ୍ ସୁପ୍ରଭାଇଜର ଗୀତରାଣୀ ରାଉଳ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।ବର୍ତ୍ତମାନ ଡେଙ୍ଗୁ, ମ୍ୟାଲେରିଆ,ଫାଲେରିୟା ପ୍ରଭ୍ରୁତି ରୋଗରୁ ମୁକ୍ତି ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ଘରକୁ ମଶାରି ବଣ୍ଟନ କରାଯିବ ବୋଲି କୁହାଯାଇଛି।ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ଉପସ୍ଥିତ ରହି ପ୍ରତ୍ୟେକ ଘରକୁ ଘର ବୁଲି ସର୍ଭେ କରିବା ସହ କାହାକୁ ଡବଲ ଓ କାହାକୁ ସିଂଗଲ ମଶାରି ପ୍ରଦାନ କରାଯିବ ତାହାର ରିପୋର୍ଟ କରିବାକୁ କୁହାଯାଇଛି।ଏବଂ ମେଡ଼ିକାଲ ପରିସରରେ ରାସ୍ତା ନିର୍ମାଣ ସହ ଏକ ମିନିଗାର୍ଡେନ ର ନିର୍ମାଣ,ଥ୍ରୀଫେଜ ଇଲେକ୍ଟ୍ରି ଲାଇନ ସଂଯୋଗ ସହ ଲେବର ରୁମ୍ ରେ ମରାମତି, ରୋଗୀଙ୍କ ପରିମଳ ବ୍ୟବସ୍ଥା ପ୍ରତି ଅଧିକ ଧ୍ୟାନ ଦିଆଯିବା ପାଇଁ ବନ୍ଦୋବସ୍ତକରାଯିବା ଉପରେ ଆଲୋଚନା କରାଯାଇଥିଲା। ଏହାବ୍ୟତୀତ ଚିକିତ୍ସାଳୟ ପରିସର ରେ ମଧ୍ୟରେ ବହୁଦିନରୁ ଆବଶ୍ୟକ ଥିବା ଏକ କନଫରେନ୍ସସ ହଲ ନିର୍ମାଣ ପାଇଁ ଅନୁରୋଧ ପତ୍ର ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି।ଏହି କାର୍ଯ୍ୟକ୍ରମକୁ ଏଏନ୍ଏମ୍ କ୍ରିଷ୍ଣା କୁମାରୀ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here