ମୋହନାରେ ଭି.ଚନ୍ଦ୍ରଶେଖର ନାଇଡୁଙ୍କ ବନ୍ଧୁ ମିଳନ

0
478

ଗଜପତି(ନ୍ୟୁଜଏକ୍ସଟ୍ରା)ମୋହନା ବିଧାନସଭା ନିର୍ବାଚନ ମଡଳୀସ୍ତରୀୟ କଂଗ୍ରେସର ବନ୍ଧୁମିଳନ କାଯ୍ଯକ୍ରମ ଉଦୟଗିରି ବ୍ଲକ ଅଧିନସ୍ତ ଟୁରୁରୁବା ଗ୍ରାମର ଶବର ସମାଜ ଗୃହରେ ଆୟୋଜିତ ହୋଇ ଯାଇଛି।ବ୍ରହ୍ମପୁର ଲୋକସଭା ପ୍ରାଥି ଭି.ଚନ୍ଦ୍ରଶେଖର ନାଇଡୁ ଏଥିରେ ମୂଖ୍ଯ ଅତିଥି ଭାବେ ଯୋଗଦେଇ ଦଳକୁ କିଭଳି ଅଧିକ ସୁସଂଗଠିତ କରାଯାଇ ପାରିବ ସେ ନେଇ କର୍ମୀମାନଙ୍କୁ ଠାରୁ ଅଧିକ ପରାମଶ ମାଗିଛନ୍ତି।ଏହି ଅବସରରେ ଉପସ୍ଥିତ ଲୋକମାନେ ସ୍ଥାନୀୟ ସମସ୍ଯା ସମ୍ବଳିତ ଅନେକ ଗୁରୁତ୍ବପୂଣ୍ନ ପ୍ରସଂଗ ଶ୍ରୀ ନାଇଡୁଙ୍କ ଦୃଷ୍ଟି ଆକଷଣ କରିଥିଲେ।ପ୍ରସ୍ତାବିତ ଛେଳିଗଡ ଜଳସେଚନ ପ୍ରକଳ୍ପ ଦ୍ବାରା ବିସ୍ଥାପନ ଓ ଜମିଅଧିଗ୍ରହଣ ରେ ଅନିୟମିତତା କୁ ନେଇ ବୈଠକେ ଗଭୀର ଉଦବେଗ ପ୍ରକାଶ ପାଇଥିଲା।ସେହିଭଳି ସ୍ଥାନୀୟ ଅଂଚଳରେ ସରକାରଂକ ଦ୍ବାରା ପ୍ରସ୍ତାବିତ ପ୍ରଥମିକ ସ୍କୁଲ ବନ୍ଦ ହେବା ଦେଖାଦେବାକୁ ଥିବା ସମସ୍ଯା ସଂପକରେ ଶ୍ରୀ ନାଇଡୁ ଗଭୀର ଉଦବେଗ ପ୍ରକାଶ କରିଥିଲେ।ଏନେଇ ସେ ସମଗ୍ର ରାଜ୍ଯରେ ପ୍ରଥମେ ନିଜର ସ୍ବରକୁ ଶାଣିତ କରିଥିଲେ ବୋଲି ସୂଚନା ଦେଇଥିଲେ।ଏହିଭଳି ସମ୍ବେଦନଶୀଳ ପ୍ରସଂଗ ବିଧାନସଭାରେ ଉତ୍ଥାପନ କରିଥିବାରୁ ମୋହନା ବିଧାୟକ ଦାଶରଥି ଗମାଂଗକଂୁ ଶ୍ରୀ ନାଇଡୁ ଧନ୍ଯବାଦ ଦେଇଥିଲେ.ସ୍ଥାନୀୟ ବେକାର ମାନଂକୁ କମନିଯୁକ୍ତି ଦେବାକୁ ସରକାରକଂ ପକ୍ଷରୁ ଠୋସ ପଦକ୍ଷେପ ନେବା,ସରକାରି ଯୋଜନାରେ ଗୃହ ନିମାଣରେ ପତରଅନ୍ତର ପ୍ରଭୁତି ପ୍ରସଂଗକୁ ନେଇ ଉଦ୍ଦବେଗ ପ୍ରକାଶ ପାଇଥିଲା.ତେବେ ଆଗାମୀ ଦିନରେ କଂଗ୍ରେସ ସରକାରକୁ ଆସିଲେ ଯୁବକ ମାନଂକ କମନିଯୁକ୍ତି ନେଇ ସ୍ବତନ୍ତ ନୀତି ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ନାଇଡୁ ପ୍ରକାଶ କରିଥିଲେ.ଆସନ୍ତା ଡିସେମ୍ବର ୨୫ ଗୁମ୍ମା ଓ୨୬ ରେ କାଶୀନଗର ବ୍ଲକ୍ ରେ ସମାନ ଢଂଗରେ ବନ୍ଧୁ ମିଳନ କାଯ୍ଯକ୍ରମ ହେବ ବୋଲି ବୈଠକରେ ସ୍ଥିର ହୋଇଛି.ତେବେ ବୈଠକ ଶେଷରେ ଶ୍ରୀ ଚନ୍ଦ୍ରଶେଖର ନାଇଡୁ ଖମାରୀସାହି ଗସ୍ତ ଯାଇ ଗତ ନଭେମ୍ବର ୧୯ ତାରିଖରେ ଖପୁରୀପଟ୍ଟା ଠାରେ ରାସ୍ତା ଦୁଘଟଣା ମୃତକ ଶକ୍ତି ଜେନା ଓ ନଭେମ୍ବର ୩ ତାରିଖରେ ବିଦ୍ଯୁତ ତାର ଦୁଘଟଣାରେ ଆହତ ସୁରଥ ଲିମାଂକ ଘରକୁ ଯାଇ ପରିବାର ଲୋକଂକୁ ସମବେଦନା ଜଣାଇବା ସହ ଆଥିକ ସହାୟତା ପ୍ରଦାନ କରିଥିଲେ.ଏହି ସବୁ କାଯ୍ଯକ୍ରମରେ ସ୍ଥାନୀୟ କଂଗ୍ରେସ ନେତା ସୁଦଶନ ପଂଣ୍ଡା,କୃପାସିନ୍ଧୁ ଗମାଗଂ,ଶବର ସମାଜ ସଭାପତି ପ୍ରକାଶ ବଡରଇତ,ଉପଦେଷ୍ଟା ଦଣ୍ଡାସୀ ଦଳବେହରା,କଲ୍ଯାଣ ଲିମା,ଦୁଯ୍ଯୋଧନ ପାଇକ,ଗଂଜାମ ଜିଲ୍ଲା କଂଗ୍ରେସ ଲିଗାଲ ସେଲର ସଭାପତି ଶିବରାମ ପାତ୍ର,ଜିଲ୍ଲା ପରିଷଦ ସଦସ୍ଯ ବୃନ୍ଦାବନ ଖଟେଇ,ତତସତ ସୁବୁଦ୍ଦି,ପତିତ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ.

LEAVE A REPLY

Please enter your comment!
Please enter your name here