ମୁଠାଏ ଖାଇବା ପାଇଁ ଚିତ୍କାର କରୁଛି ମାଲିକ ; ହତଭାଗାର ଗୁହାରି ଶୁଣିବ କିଏ?

0
538

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା /ଭଞ୍ଜ କିଶୋର ମହାରଣା) : କରୋନାର ବର୍ବରତାରେ ସବୁକିଛି ଓଲଟପାଲଟ ହୋଇଯାଇଛି l ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିବା ଘଟଣା ଆଜି ଆଖି ଆଗରେ ଦେଖୁଛି, ଅନୁଭବ କରୁଛି, ଏବଂ ଅଙ୍ଗେ ନିଭାଉଛି l ଅଧିକାଂଶ ଲୋକ ମାଳିକା ବଚନର ଭବିଷ୍ୟ ବାଣୀର ସତ୍ୟତାକୁ ଅନୁଭବ କରିବା ଆରମ୍ଭ କଲେଣି l ବୈଜ୍ଞାନିକଙ୍କ ଅତ୍ୟାଧୁନିକ କାରିଗରୀ କୌଶଳରେ ବଳବାନ ହୋଇ ବିଶ୍ୱକୁ ନିମିଷକେ ଧ୍ବଂସ କରିଦେବାକୁ ଡିଣ୍ଡିମ ପିଟୁଥିବା ମଣିଷ ଆଜି ଅସହାୟ l ସାମାନ୍ୟ ଭାଇରସର ଉପସ୍ଥିତିରେ ସବୁ ଅକଲ ଗୁଡ଼ୁମ l ଚାରିଆଡେ ଲକ ଡାଉନ, ଘରୁ ଭାହାରିଲେ କରୋନା ସଙ୍କଟ l କୁହାଯାଏ ଗଣତନ୍ତ୍ରର ମାଲିକ ହେଉଛି ସାଧାରଣ ଜନତା l ହେଲେ ମାଲିକ ଆଜି ଅସହାୟ l ମୁଠାଏ ଖାଇବା ପାଇଁ ଚାରିଆଡେ ଚିତ୍କାର l ହତଭାଗାର ଦୁଃଖ ଶୁଣିବ କିଏ? ସରକାରୀ ସହାୟତା ବିନା ଅନ୍ୟ ଉପାୟ ନାହିଁ l ସରକାରୀ ସହାୟତା ବି ପହଁଚୁଛି l କିନ୍ତୁ ଏଥିରୁ ବିଭିନ୍ନ କାରଣରୁ ବଞ୍ଚିତ ହେଉଛନ୍ତି ଅନେକ ମାଲିକ l ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିନି, ଶ୍ରମିକ କାର୍ଡ ଥାଇ ସହାୟତା ରାଶି ମିଳିନି, ନିର୍ବାଚନ ସମୟରେ ଘର ଘର ବୁଲି ଟଙ୍କା ଓ ମଦ ବାଣ୍ଟୁଥିବା ନେତା ଆଜି ଅସହାୟ ଓ ବେସାହାରାଙ୍କ ପାଇଁ ଆସୁଥିବା ଅର୍ଥକୁ ବିନିଯୋଗ କରିବାକୁ କୁଣ୍ଠା ପ୍ରକାଶ କରୁଛି, ଅନେକ ପଞ୍ଚାୟତରେ ସରକାରୀ ସହାୟତାର କମିଶନ କାଟୁଥିବା ଅଭିଯୋଗ ଆସୁଛି l କେଉଁଠି ମାଲିକ ଭୋକ ଉପାସରେ ଫସିରହିଛନ୍ତ l ଏସବୁ ବୁଡିଆଣି ଜାଲ ଭିତରେ ଛନ୍ଦି ହୋଇପଡିଛନ୍ତି ଗଣତନ୍ତ୍ରର ଏହି ପ୍ରକୃତ ମାଲିକ ମାନେ l ମାଲିକ ଆଜି ନିସ୍ଵ, ଅସହାୟ, ବେସାହାରା, କ୍ଷୁଧାର୍ତ୍ତ l ଏମାନଙ୍କ ଦୁଃଖ ଶୁଣିବ କିଏ? ବୁଝିବ କିଏ? କେବଳ ଭଗବାନ ହିଁ ଭରସା l

LEAVE A REPLY

Please enter your comment!
Please enter your name here