ଦିଗପହଣ୍ଡି ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

0
352

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା) ନୂତନ ଭାବେ ଗଠନ ହୋଇଥିବା ଦିଗପହଣ୍ଡି ବ୍ଲକ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଆଜି ସଂଘର ସଭାପତି ଶ୍ରୀ ଏମ.ନିରଞ୍ଜନ ରେଡିଙ୍କ ନେତୃତ୍ୱରେ ଦିଗପହଣ୍ଡି ତହସିଲଦାର ଶ୍ରୀ ଆଦିତ୍ୟ ସ୍ୱାଇଁ,ବିଡ଼ିଓ ଶ୍ରୀ ହଳଧର ଶବର ଓ ଥାନା ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀଙ୍କୁ ଫୁଲ ତୋଡା ଓ ଉପଢକନ୍ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।ଏହି ଅବସରରେ ତହସିଲଦାର ଶ୍ରୀ ସ୍ୱାଇଁ ସରକାରଙ୍କ ନିୟମ ଓ ଆଇନ କୁ ମାନିଲେ ପ୍ରଶାସନ ସବୁବେଳେ ଆପଣ ମାନଙ୍କ ସହିତ ରହିବ,ତେଣୁ ସରକାର ନିୟମ ସମସ୍ତେ ପାଳନ କରିବାକୁ ସଂଘ ପ୍ରତିଶ୍ରୁତି ଦେଇଥିଲେ।ଏହାସହିତ ବିଡ଼ିଓ ସଂଘକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ,ଆପଣ ମାନେ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ହେବାର ମାଧ୍ୟମ ଅଟନ୍ତି ତେଣୁ ଆମେ ପରସ୍ୱର ପରିପୂରକ।ସେହିପରି ଥାନା ଅଧିକାରୀ ଶ୍ରୀ ସେଠୀ ସଂଘର ସଫଳତା ଏକତା କୁ ପ୍ରଶଂସା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ଗଜେନ୍ଦ୍ର ସ୍ୱାଇଁ,ସମ୍ପାଦକ କୃଷ୍ଣ ସେଠୀ,କୋଷାଧ୍ୟକ୍ଷ ଏମ.ଅପ୍ପା ରାଓ,ଉପଦେଷ୍ଟା ଦିଗାମ୍ବର ମହାରଣା,ଅଭିମନ୍ୟୁ ରାଉତ,ବି.ବାଲାଜୀ ରେଡିଙ୍କ ସମେତ ଵୁଡୁ ସେଠୀ,ସୁରେନ୍ଦ୍ର ରେଡି,ବିପ୍ର ସେଠୀ, ଧଜ ସାହୁ,ଶଙ୍କର ଜେନା,ଶିବରାମ ରେଡି,ଭାସ୍କର ରେଡି,କୃଷ ଚନ୍ଦ୍ର ରଥ,ସଞ୍ଜୟ ପାଣିଗ୍ରାହୀ,ସମୀର ସ୍ୱାଇଁ ଙ୍କ ସମେତ ଶତାଧିକ ମାଲିକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here