ଛତ୍ରପୁର ଉପଖଣ୍ଡରେ ଫୋଟ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ନିମନ୍ତେ ବୈଠକ

0
278

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଛତ୍ରପୁର ଉପଖଣ୍ଡରେ ଫୋଟ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ନିମନ୍ତେ ଭିଡିଓ କନଫେରିନ୍ସି ଜରିଆରେ ଏକ ପ୍ରସ୍ତୁତି ବୈଠକ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହାୟ ଜିଲ୍ଲାପାଳ ୧୨୪, ୧୨୫. ୧୨୬, ୧୨୭ ଓ ୧୩୧ ନିର୍ବାଚନ ମଣ୍ଡଳୀର ସହାୟକ ଭୋଟର ପଞ୍ଜୀକରଣ ଅଧିକାରୀ ତଥା ବିଡିଓ ଓ ତହସିଲଦାର,ବୁଥ୍ ସ୍ତରୀୟ ଅଧିକାରି ଏବଂ ସୁପରଭାଇଜର ଗଣ ଉପସ୍ଥିତ ଥିଲେ । ସ୍ୱତନ୍ତ୍ର ଭୋଟର ତାଲିକା ୨୦୨୧ ସଂଶୋଧନ କାର୍ଯ୍ୟ ସୂଚୀ ବିଷୟ ନେଇ ବିସ୍ତୃତ ଭାବେ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଠି ଅବଗତ କରାଇଥିଲେ । ଭୋଟର ତାଲିକାଟି କିଭଳି ସୁସ୍ଥ ଓ ନିର୍ଭୁଲ ହୋଇ ପ୍ରକାଶିତ ହେବ ସେ ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା । ୨୮.୧୧.୨୦୨୦, ୨୯.୧୧.୨୦୨୦. ୦୫.୧୨.୨୦୨୦ ଏବଂ ୦୬.୧୨.୨୦୨୦ ଦିନ ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ କାର୍ଯ୍ୟ କରିବ । ଏହି ଦିନ ମାନଙ୍କରେ ସମସ୍ତ ବିଏଲଓ ଏବଂ ସୁପରଭାଇଜର ଗଣ ନିଜ ନିଜ ଭୋଟ ଗ୍ରହଣ କେନ୍ଦ୍ର ମାନଙ୍କରେ ଉପସ୍ଥିତ ରହି ଜନ ସାଧାରଣଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରିବେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ସମସ୍ତ କାର୍ଯ୍ୟ ଯେପରି ଠିକ୍ ରୂପେ ପରିଚାଳିତ ହେବ ସେ ଦିଗରେ ଗୁରୁତ୍ୱ ଦେବାପାଇଁ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଠି ସମସ୍ତଙ୍କୁ ଜଣାଇଥିଲେ । ଭୋଟର ତାଲିକାରେ ରହିଥିବା ତୃଟି ଗୁଡିକ ମିର୍ଦ୍ଧାରିତ ଫର୍ମ ପୂରଣ କରି ସଂଶୋଧନ କରାଯିବ । ୦୧.୦୧.୨୦୨୧ ସୁଦ୍ଧା ଯେଉଁ ମାନଙ୍କୁ ୧୮ ବର୍ଷ ହୋଇଥିବ ସେମାନେ ନିଜ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରାଇପାରିବେ । ଯେଉଁ ମାନେ ସ୍ଥାନାନ୍ତରିତ କିମ୍ବା ମୃତ ହୋଇଥିବେ ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ୍ କରାଯିବ । ଛତ୍ରପୁର ଉପଖଣ୍ଡର ସମସ୍ତ ଜନସାଧାରଣ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଠି ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here