ଛତ୍ରପୁର ଉପଖଣ୍ଡରେ ଛୋଟ ପ୍ରଦର୍ଶନୀର ଶୁଭାରମ୍ଭ

0
330

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ଓରମାସ୍‌, ପଂଚାୟତରାଜ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗ ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ଏକ ଛୋଟ ପ୍ରଦର୍ଶନୀ ଛତ୍ରପୁର ଷ୍ଟାଡିଅମ୍ ଠାରେ ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଛୋଟ ପ୍ରଦର୍ଶନୀର ଉଦଘାଟନ କରିଛନ୍ତି । ଆଜି ଠାରୁ ଆରମ୍ଭ କରାଯାଇଥିବା ଏହି ପ୍ରଦର୍ଶନୀ ଡିସେମ୍ବର ମାସ ୨୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରଦର୍ଶନୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଟୀ, ହସ୍ତଶିଳ୍ପୀ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରାଯାଇଛି । ଏହି ପ୍ରଦର୍ଶନୀରେ ମାନବ ଜାତୀୟ ଗ୍ରାମ୍ୟ ସାମଗ୍ରୀ ଗୁଡିକ ପ୍ରଦର୍ଶନ ସହିତ ବିକ୍ରିବଟା ଚାଲିଛି । ଘରକରଣା ସାମଗ୍ରୀ ସହିତ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ମଧ୍ୟ ଏଥିରେ ସ୍ଥାନ ପାଇଛି । ଏହି ପ୍ରଦର୍ଶନୀରେ ୬ ଗୋଟି ଷ୍ଟଲ ଖୋଲାଯାଇଛି । ଏହି ୬ ଟି ଷ୍ଟଲ ରେ ୬ଟି ଏସଏଚଜି ଦଳକୁ ସୁଯୋଗ ପ୍ରଦାନ କରାଯାଇଛି । ଏମାନେ ୧୦ ଦିନ ପର୍ଯ୍ୟନ୍ତ ପ୍ରଦର୍ଶନ ସହିତ ସାମଗ୍ରୀ ବିକ୍ରି କରିବେ ଏବଂ ଦଶ ଦିନପରେ ଅନ୍ୟ ୬ ଜଣ ଏସଏଚଜି ଦଳକୁ ପ୍ରଦର୍ଶନୀ ସହିତ ବିକ୍ରିବଟା ନିମନ୍ତେ ସୁଯୋଗ ପ୍ରଦାନ କରାଯିବ ବୋଲି ଓରମାସ୍ ର ଡେପୁଟି ଚିଫ୍ ଏକ୍‌ଜୁଟିଭ୍ ଅଫିସର ଡଃ ଜୋତି ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି । ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ୱ ବଜାଇ ରଖି ଦର୍ଶକ ଗଣ ପରିଦର୍ଶନ ସହିତ ସାମଗ୍ରୀ କିଣିପାରିବେ । ଆଜିର ଏହି ଉଦଘାଟନୀ ଉତ୍ସବରେ ଜିଲ୍ମା ଗ୍ରାମ୍ୟ ଉନ୍ନୟନ ସଂସ୍ତାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରି ରବି ନାରାୟଣ ବେହେରା ପ୍ରମୂଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here