ବଡ଼କୋଦଣ୍ଡା ବିଦ୍ୟାଳୟରେ ବିଶ୍ବ ପରିବେଶ ଦିବସ ପାଳନ

0
235

ଭଞ୍ଜନଗର : ବିଶ୍ବ ପରିବେଶ ଦିବସ ୨୦୨୨ ପାଳନ ଅବସରରେ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟରେ ପିଲାଟିଏକୁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ବି.ଇ.ଓ ଏସ.ଧନଞ୍ଜୟ, ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ପ୍ରମୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ପିଲାମାନଙ୍କୁ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବୃକ୍ଷ ରୋପଣର ଆବଶ୍ୟକତା ବିଷୟରେ ଉଦବୋଧନ ଦେବା ସହ ପିଲାଙ୍କୁ ବୃକ୍ଷ ବଣ୍ଟନ କରିଥିଲେ ା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ରିଟାୟାଡ ରେଞ୍ଜର ଅନୁପମ ବାନାର୍ଜୀ ଓ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ା ସି.ଆର୍.ସି.ସି ମୋହନ ସାହୁ ଓ ତ୍ରିନାଥ ବେହେରା ଙ୍କ ସମେତ ଶିକ୍ଷକ ସାଜନ ସ୍ବାଇଁ,ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସାହୁ,ସୁଜାତା ଦାଶ, ବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ା ପରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥଲା ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here