ସଂଘମିତ୍ରାଙ୍କୁ ଏନଏଚଆରଏସିଏଫ ଜାତୀୟ ଯୁଗ୍ମ ସମ୍ପାଦିକା ଦାୟିତ୍ୱ

0
424

ବ୍ରହ୍ମପୁର(ମନୋଜ କୁମାର ପାତ୍ର)ନ୍ୟାସନାଲ ହ୍ୟୁମାନ ରାଇଟସ୍ ଏଣ୍ଡ ଆଣ୍ଟି କରପସନ୍ଫୋର୍ସ (ଏନଏଚଆରଏସିଏଫ)ଜାତୀୟ ଯୁଗ୍ମ ସମ୍ପାଦିକା ରୂପେ ବ୍ରହ୍ମପୁର ସଂଘମିତ୍ରା ବେହେରା ମନୋନୀତ ହୋଇଛନ୍ତି।ମହିଳା ଓ ଶିଶୁ ଏବଂ ଯୁବପିଢ଼ିଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କ୍ଷେତ୍ରରେ ସଫଳତା ହାସଲ ନିମନ୍ତେ ସଂଘମିତ୍ରାଙ୍କୁ ଜାତୀୟ ସ୍ତରରେ ଦାୟିତ୍ୱ ପ୍ରଦାନ କରାଯାଇ ଥିବା ପତ୍ର ମାଧ୍ୟମରେ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।ସେହିଭଳି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଗରିବ ଓ ଅସହାୟ ଲୋକଙ୍କୁ ସହାୟତା ପାଇଁ ସଂଘମିତ୍ରା ଉଦ୍ୟମ ଜାରି ରଖିଛନ୍ତି।କରୋନା ମହାମାରୀ ଗଞ୍ଜାମ ଜିଲ୍ଲାରେ ସକ୍ରିୟ ଥିବା ସମୟରେ ନିଜସ୍ୱ ଉଦ୍ୟମରେ ଲୋକଙ୍କୁ ବିଭିନ୍ନ ଖାଦ୍ୟ ଉପକରଣ ବଣ୍ଟନ ସହିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।ସେହିଭଳି ଗତ କିଛି ଦିନ ପୂର୍ବେ ବସ୍ତି ଅଞ୍ଚଳରେ ୧୫୦ଜଣ ଝିଅଙ୍କୁ ବସ୍ତ୍ର ଏବଂ ଖାଦ୍ୟ ଉପକରଣ ବଣ୍ଟନ କରିଛନ୍ତି।ଆଗାମୀ ଦିନରେ ଅସହାୟ ମହିଳାଙ୍କୁ ମାଗଣା ଆଇନଗତ ସେବା ଯୋଗାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କାରାଯିବ ବୋଲି ଶ୍ରୀମତୀ ବେହେରା କହିଛନ୍ତି।

LEAVE A REPLY

Please enter your comment!
Please enter your name here