କାର ଧକ୍କାରେ ବାଇକ ଅରୋହି ମୃତ, ଜଣେ ଗୁରୁତର

0
436

ଗଜପତି(ଅଂଶୁମାନ ପଣ୍ଡା)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖପୁରୀପଟା ଗାଁ ନିକଟରେ କାର ନଂ ଓଡ଼ି୦୨ପି୦୦୫୦ ଧକ୍କାରେ ବାଇକନଂଓଡ଼ି୦୭ଏକ୍ସ୧୬୬୮ ଆରୋହୀର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଜଣକ ହେଲେ, ଆର.ଉଦୟଗିରି ଥାନା ଖମ୍ବାରି ସାହିର ଶକ୍ତି ଜେନା(୨୨) ଓ ଆହତ ଜଣକ ହେଲେ, ଚାନ୍ଦିପୁଟ ଗାଁର ଇଶାକ ବିଶୋଇ(୧୯) । ଦୁହେଁ ବାଇକ ଯୋଗେ ମହେନ୍ଦ୍ରଗଡ଼ରୁ ଚାନ୍ଦିପୁଟ ଗାଁକୁ ଫେରୁଥିବା ବେଳେ ଖପୁରିପଟା ନିକଟରେ ସାମ୍ନା ପଟୁ ଆସୁଥିବା କାରଟି ବାଇକକୁ ଧକ୍କା ଦେଇଥିଲା ଯାହା ଫଳରେ ବାଇକି ଆରୋହିର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଆହତ ଯୁବକକୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତି କରିବା ପରେ ଜଣକ ସ୍ୱାଥ୍ୟବସ୍ଥା ଗୁରୁବାର ଥିବାରୁ ଆହାତ ଯୁବକକୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଜାରି ରହିଛି।ଘଟଣା ସ୍ଥଳେ ମୋହନା ପୋଲିସ ପହଞ୍ଚି ଦୁଇ ଗାଡ଼ି କୁ ମଧ୍ୟ ଜବତ କରିଛି।

LEAVE A REPLY

Please enter your comment!
Please enter your name here