ବ୍ଲକ ସ୍ତରୀୟ ମହିଳା ମିଶନ ଶକ୍ତି କାର୍ଯ୍ୟକ୍ରମ

0
266

ପୋଲସରା(ଅନିଲ କୁମାର ମହାରଣା) ରାଜ୍ୟ ସରକାରଙ୍କ ମିଶନ ଶକ୍ତି ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ସାମଗ୍ରିକ ସଶକ୍ତିକରଣ ପାଇଁ ପ୍ରୟାସ ଜାରୀରହିଛି।ଏହି ପରିପ୍ରେକ୍ଷୀରେ ପୋଲସରା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମହାସଂଘ ମିଶନ ଶକ୍ତିର ଏକ ନୂତନ ଶାଖା କାର୍ଯ୍ୟାଳୟକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ସିଡିପିଓ କୁନ୍ତଳା କୁମାରୀ ନାୟଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଞ୍ଜୁକ୍ତା ବଡ଼ତ୍ୟା, ବିଇଓ ତ୍ରିଲୋଚନ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ମିଶନ ଶକ୍ତିର ମହତ ଉଦ୍ଦେଶ୍ୟ ଉପରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିଡ଼ିଓ ଶ୍ରୀ ନନ୍ଦୀ ସଚେତନତା କରାଇଥିଲେ । ମହିଳା ସଶକ୍ତିକରଣ ମାଧ୍ୟମରେ ପ୍ରତ୍ୟେକ ମହିଳା ମାନେ ସରକାରଙ୍କ ବିଭିନ୍ନ ଯୋଜନା ସଫଳ ହାସଲ କରିବା ସହ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ସେମାନେ ନିଜେ ସ୍ବଛଳ ହୋଇ ପାରିବେ ବୋଲି ବିଧାୟକ ଶ୍ରୀ ସାହୁ ନିଜର ମତ ଉପସ୍ଥାପନ କରିଥିଲେ । ଏଥିସହ ମିଶନ ଶକ୍ତି ମାଧ୍ୟମରେ ପୋଲସରା ବ୍ଲକ ର ୨୬ ପଞ୍ଚାୟତରେ କାର୍ଯ୍ୟରତ ଥିବା ସ୍ବୟଂ ସହାୟକ ମହିଳା ଗୋଷ୍ଠୀ ପକ୍ଷରୁ ୩୦ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ଏହାର ସଭାନେତ୍ରୀ ସସ୍ମିତା ଦାଶ , ସମ୍ପାଦିକା ସୂଜ୍ଞାନୀ ପ୍ରଧାନ ନିର୍ବାଚିତ ହୋଇଥିବା ବେଳେ ଅନ୍ୟମାନେ କାର୍ଯ୍ୟକାରୀ ସଦସ୍ୟା ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସୁପରଭାଇଜର ସୁରଭି କୁସୁମ ଦାସ, ସଚଳା ପଣ୍ଡା, ଜାନକୀ ଦେଇ, ରୁନୁ ଦାସ, ପୋଲସରା ବ୍ଲକ ଅଙ୍ଗନବାଡ଼ି ସଭାନେତ୍ରୀ ଜୋତ୍ସାରାଣୀ ମିଶ୍ର , ଏନ୍.ଏ.ସି. ଅଙ୍ଗନବାଡ଼ି ସଭାନେତ୍ରୀ କାନନବାଳା ତ୍ରିପାଠୀ ଙ୍କ ସମେତ ପୋଲସରା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ବହୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here