ଡଃ ଚନ୍ଦ୍ରମଣୀ ସ୍ବାଇଁଙ୍କ ସ୍ମୃତିସଭା ଅନୁଷ୍ଠିତ

0
329

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) କୋଭିଡ କଟକଣା ମଧ୍ୟରେ ଆମ ପ୍ରିୟ ସାହିତ୍ୟିକ ସ୍ବର୍ଗତ ଡ଼ା. ଶ୍ରୀ ଚନ୍ଦ୍ରମଣୀ ସ୍ବାଇଁଙ୍କ ସ୍ମୃତିଚାରଣ ସଭା ସ୍ଥାନୀୟ ପାଟଣା ସାହି ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଭାଷା ସାହିତ୍ୟ ସମିତି,ଓଡ଼ିଶାର ପ୍ରତିଷ୍ଠାତା ସଭାପତି ଆକାଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡ଼ା. ସ୍ବାଇଁଙ୍କ ବାଲ୍ୟ ବନ୍ଧୁ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଯୋଗଦେଇ ତାଙ୍କ ସମ୍ବନ୍ଧରେ ବ୍ୟାପକ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟାପକ ଅରବିନ୍ଦ ପଣ୍ଡା, ଅଧିବକ୍ତା ସୁରେନ୍ଦ୍ରନାଥ ପାଣିଗ୍ରାହୀ, ପୂର୍ବତନ ନଗର ବିଜେପି ସଭାପତି ମାଧବ ଗୌଡ଼, ଯୁବ କବି ଚିନ୍ମୟ ରଞ୍ଜନ ମିଶ୍ର, ରତ୍ନାକର ସୀୟ, ପ୍ରିୟମ୍ବଦ ପଟ୍ଟନାୟକ, ମନୋଜ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଅନ୍ଯଷ୍ଠାନର ସାଧାରଣ-ସମ୍ପାଦକ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଡ଼ା. ସ୍ବାଇଁଙ୍କ ସ୍ମୃତି ରକ୍ଷା ଉଦ୍ଧେଶ୍ୟରେ ପ୍ରତିବର୍ଷ ସମିତିର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ “ଡ଼ା. ଚନ୍ଦ୍ରମଣୀ ସ୍ୱାଇଁ ସ୍ମୃତି ସାହିତ୍ୟ ସମ୍ମାନ” ପ୍ରଦାନ କରାଯିବା ସହ ତାଙ୍କ ଜନ୍ମ ଓ ଶ୍ରାଦ୍ଧୋତ୍ସବ ମଧ୍ୟ ସମିତି ତରଫରୁ ପାଳନ କରାଯିବ ବୋଲି ପ୍ରତିଷ୍ଠାତା ସଭାପତି ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here