ଚାକିରିରୁ ବହିଷ୍କୃତ ହେଲେ ବୀରମିତ୍ରପୁର ପୂର୍ବତନ ଥାନା ଅଧିକାରୀ

0
330

କଟକ:ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା। ନିଲମ୍ବିତ ହୋଇଥିବା ବୀରମିତ୍ରପୁର ଥାନାର ପୂର୍ବତନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କଲେ ଡିଜିପି ଅଭୟ । ଏହାସହ ନାବାଳିକା ଝିଅ ପାଖରେ ଆମେ କ୍ଷମାପ୍ରାର୍ଥୀ ବୋଲି କହିଛନ୍ତି ଡିଜିପି।ପୂର୍ବରୁ ଏହି ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝିଙ୍କୁ ନିଲମ୍ବନ କରିଥିଲେ ପୋଲିସ ଡିିଜିପି।

ସୂଚନାଯୋଗ୍ୟ, ଜଣେ ନାବାଳିକାଙ୍କୁ ଥାନା ଅଧିକାରୀ ମାଝୀ ପ୍ରଥମେ ବଳାତ୍କାର କରିବା ପରେ ଗର୍ଭପାତ କରାଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ରାଏବଗ ଥାନା ୬ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଘଟଣା ପରଠୁ ଥାନା ଅଧିକାରୀ ମାଝୀ ଫେରାର ଅଛନ୍ତି।ପୂର୍ବରୁତାଙ୍କୁ ନିଲମ୍ବିତ କରାଯାଇଥିଲା। ମଙ୍ଗଳବାର ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚକୁ ଡିଜିପି ଅଭୟ ନିର୍ଦ୍ଦେଶ ଦେଇଥିଲେ। ଜଣେ ମହିଳା ଡିଏସ୍‌ପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ସୁନ୍ଦରଗଡ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହା ଭିତରେ ଥାନା ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here