ଘୁମୁସର ମିଳିତ କଳାକାର ସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ

0
401

ଭଞ୍ଜନଗର(ନିଲୁ ବିଷୋୟୀ) ଘୁମୁସର ମିଳିତ କଳାକାର ସଂଘ ତରଫ ରୁ ଆସନ୍ତା ମଙ୍ଗଳବାର ଦିନ ହେବାକୁ ଥିବା କଳାକାର ଙ୍କ ପଦଯାତ୍ରା ନିମନ୍ତେ ଭଞ୍ଜନଗର ସ୍ଥିତ ନୃତ୍ୟାୟନ ସଙ୍ଗୀତ ଅନୁଷ୍ଠାନ ଠାରେ ପ୍ରସ୍ତୁତି ବୈଠକ ହୋଇସାରିଛି।ସଂଘ ର ଆବାହକ ରବି ନାରାୟଣ ଦାଶ ଙ୍କ ଅଧ୍ୟକ୍ଷତା ରେ ଏହି ବୈଠକ ରେ ଘୁମୁସର ର କିଛି କଳାକାର ଯୋଗ ଦେଇଥିଲେ।କୋରୋନା କଟକଣା ଯୋଗୁଁ ଦୀର୍ଘ 8 ମାସ ହେବ କଳାକାର ଙ୍କ ଜୀବିକା ସତ୍ତାହିନ ହୋଇପଡ଼ିଥିବା ବେଳେ ପରିବାର ର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି।ତେଣୁ ନିଜର କଳା ପ୍ରଦର୍ଶନୀ କୁ ଅନୁମତି ଦେବା ଏବଂ ନାଟକ, ମେଲୋଡି , ଭଜନ ସମାରୋହ ସହିତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅନୁମତି ଦେବା ର ଦାବି ନେଇ ଘୁମୁସର ଅଞ୍ଚଳ ର ସମସ୍ତ କଳାକାର ବାଉଁସଲୁଣ୍ଡୀ ସ୍ଥିତ ନୃତ୍ୟାୟନ ସଙ୍ଗୀତ ଅନୁଷ୍ଠାନ ଠାରୁ ବାହାରି ଭଞ୍ଜନଗର ସହର ର ମୁଖ୍ୟ ରାସ୍ତା ଦେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକପତ୍ର ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି।ମଞ୍ଚ କଳାକାର, ଲୋକନାଟକ, ବ୍ୟାଣ୍ଡ୍, ଡିଜେ ଏବଂ ଯାତ୍ରା ଜଗତର କଳାକାର ଏହି ବୈଠକ ରେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here