ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ; କାରଣ ଅସ୍ପଷ୍ଟ

0
283

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଗତ କାଲି ରାତିରେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ପାଟୁଳିସାହି ଗ୍ରାମର ଜଣେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୂର କାରଣ ଅସ୍ପଷ୍ଟ ରହିଛି I ସୂଚନା ପ୍ରକାରେ ପାଟୁଳିସାହି ଗ୍ରାମର ମହେଶ୍ଵର ଖଣ୍ଡୁଆଳଙ୍କର ଧର୍ମ ପତ୍ନୀ ରୀତା ଖଣ୍ଡୁଆଳ (44) ଗତ କାଲି ରାତିରେ ଖାଇ ସାରିବା ପରେ ହଠାତ୍ ତାଙ୍କ ଦେହ ଖରାପ ହୋଇଥିଲା I ତେଣୁ ସ୍ୱାମୀ ମହେଶ୍ଵର ରୀତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରୀତା ଖଣ୍ଡୁଆଳଙ୍କର ମୃତ୍ୟୁ ଘଟିଥିଲା I ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ରୀତାଙ୍କ ଶବ ହସ୍ତାନ୍ତର କରାଯାଇଥିଲା I ଏନେଇ ରୀତାଙ୍କ ସ୍ୱାମୀ ବେଲଗୁଣ୍ଠା ଫାଣ୍ଡିରେ ଜଣାଇଥିଲେ I ଘଟଣା ସମ୍ପର୍କରେ କେସ୍ ନମ୍ବର୍ 70/20 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ବ୍ୟବଚ୍ଛେଦ ରିପୋର୍ଟ୍ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ ପ୍ରକାଶ କରିଛନ୍ତି I

LEAVE A REPLY

Please enter your comment!
Please enter your name here