ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

    0
    607

    ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏବେ ବିଧିବଦ୍ଧ ଭାବେ ଜମ୍ମୁ କଶ୍ମୀର ଓ ଲଦାଖ ଅଲଗା ହୋଇଯାଇଛି । ଲୋକସଭାରେ ମଙ୍ଗଳବାର ଜମ୍ମୁ ଓ କଶ୍ମୀର ପୁନର୍ଗଠନ ବିଲ ଗୃହୀତ ହୋଇଛି । ଏହି ବିଲ ସପକ୍ଷରେ ୩୭୦ଟି ଭୋଟ ଓ ବିପକ୍ଷରେ ୭୦ଟି ଭୋଟ ପଡିଥିଲା। ସୋମବାର ଏହା ରାଜ୍ୟସଭାରେ ଗୃହୀତ ହୋଇଥିଲା । ଦୁଇ ସଦନରେ ଗୃହୀତ ହେବା ପରେ ଏବେ ଏହା ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଯାଇଥିଲା । ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହୋଇଯାଇଛି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଜମ୍ମୁ କଶ୍ମୀର ଏବେ ରାଜ୍ୟର ମାନ୍ୟତା ହରାଇଛି ।ସେହିପରି ଜମ୍ମୁ କଶ୍ମୀର ଠାରୁ ଅଲଗା ହୋଇଛି ଲଦ୍ଦାଖ । ଜମ୍ମୁ କଶ୍ମୀର ଓ ଲଦ୍ଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି ।ଏହି ବିଲ୍ ଜମ୍ମୁ କଶ୍ମୀର ଅଞ୍ଚଳର ସମନ୍ୱୟ ଏବଂ ସଶକ୍ତୀକରଣରେ ସହାୟକ ହେବ। ରାଜ୍ୟର ଯୁବବର୍ଗଙ୍କୁ ଏହା ମୁଖ୍ୟସ୍ରୋତରେ ସାମିଲ କରିପାରିବ। କେବଳ ସେତିକି ନୁହେଁ, ସେମାନଙ୍କ ଦକ୍ଷତା ଏବଂ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଏହା ପ୍ରର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

    LEAVE A REPLY

    Please enter your comment!
    Please enter your name here