ଆସ୍କା ପୋଲିସର ଚଢ଼ାଉ,ଟ୍ରକ ଟ୍ରକ ବାଣ ଜବତ ;୩ ଗିରଫ

0
476

ଆସ୍କା (ଜଗନ ପଣ୍ଡା)ଚଳିତ ବର୍ଷ କରୋନା କାରଣରୁ ପ୍ରଶାସନର ଦୀପାବଳି ପାଇଁ ବାଣ ବିକ୍ରି କରିବା ନେଇ କଟକଣା ଥିବା ସତ୍ୱେ ଆସିକା ଥାନା ନଳବଣ୍ଟା ଗାଁ ରେ ବେଆଇନ ଭାବେ ବାଣ ତିଆରି କାରଖାନା ଓ ବାଣ ବିକ୍ରି ହେଉଥିବା ଖବର ପାଇ ଆସିକା ପୋଲିସ ଅତର୍କିତ ଚଢ଼ାଉ କରିଥିଲା ।ପାଖାପାଖି ସତୁରି ଲକ୍ଷ ଟଙ୍କାର ଆଠ ଟ୍ରକ ବାଣ ଓ ବାରୂଦ ଜବତ କରିଛି ଆସିକା ପୋଲିସ୍। ଆଲୋକର ପର୍ବ ଦୀପାବଳୀ ପୂର୍ବରୁ ନଳବଣ୍ଟା ଗ୍ରାମରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାର ବାଣ ତିଆରି ହେଉଥିବା ନେଇ ସୂଚନା ପାଇ ପୋଲିସ ପକ୍ଷରୁ ରେଡ କରାଯାଇଥିଲା । ବିଭିନ୍ନ ରକମର ବାଣ ତିଆରି ସମୟରେ ବିସ୍ପୋରଣ ଘଟିବାର ସମ୍ଭାବନା ଅଧିକ ମାତ୍ରାରେ ରହିବା ସହ ପ୍ରତିବର୍ଷ ବାଣ ବିସ୍ପୋରଣ ଘଟି ଜୀବନ ଯିବାର ନଜିର୍ ମଧ୍ୟ ରହିଛି।ଏହି ଚଢ଼ାଉ ବେଳେ ବେଆଇନ ବାଣ ତିଆରି କରୁଥିବା ଅଭିଯୋଗରେ ଲବ ବେହେରା, ଜିତୁ ପ୍ରଧାନ ଓ ରଞ୍ଜନ ପ୍ରଧାନ କୁ ଗିରଫ କରିଛି ପୋଲିସ | ଆଇ ପି ଏସ୍ ଅଧିକାରୀ ଜି. ରାଘେବେନ୍ଦ୍ର ଗୁଣ୍ଡାଲାଙ୍କ ନେତୃତ୍ୱରେ ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ତହସିଲଦାର, ଏସ ଆଇ, ଏ ଏସ ଆଇ ପ୍ରମୁଖ ବାଣ ତିଆରି କାରଖାନା ଉପରେ ଚଢ଼ାଉ କରି ବସ୍ତା ବସ୍ତା ବାଣ ଜବତ କରିଛନ୍ତି । ଏହି ସଫଳତା ପରେ ଆସିକା ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here